ବ୍ରହ୍ମପୁର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନାର ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାକୁ ଲାଗିଛି । ତେବେ ଗଞ୍ଜାମର ସ୍ଥିତି ଅଧିକ ସଙ୍ଗୀନ ହେବା ସହ ସେଠାରେ ପ୍ରତ୍ୟେକ ଦିନ ବହୁ ସଂଖ୍ୟାରେ କରୋନା ରୋଗୀ ଚିହ୍ନଟ ହେଉଛନ୍ତି । ଗତମାସ କରୋନା ସଂକ୍ରମଣ ଆଶଙ୍କାରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବହ୍ମପୁର ମେଡିକାଲ କଲେଜ ଏସକେଜିସିର ଓପିଡିକୁ ବନ୍ଦ କରାଯାଇଥିଲା । ତେବେ ଦୀର୍ଘ ଦିନ ହେବ ଓପିଡି ବନ୍ଦ ହେବା ଫଳରେ ରୋଗୀରେ ଅନେକ ବାଧ୍ୟା ସୃଷ୍ଟି ହୋଇଥିଲା ।
ଯାହାକୁ ନେଇ ଲୋକଙ୍କ ମନରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଓପିଡିକୁ ଖୋଲିବା ପାଇଁ ସାଧାରଣରେ ଦାବି ମଧ୍ୟ ଜୋର ଧରିଥିଲା । ତେବେ ଜିଲ୍ଲାପାଳ ସମସ୍ତ ସ୍ଥିତିକୁ ଆଖି ଆଗରେ ରଖି ଓପିଡିକୁ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏସକେସିଜି ଓପିଡି ସେବାକୁ ଆସନ୍ତା ୧୫ ତାରିଖରୁ ଖୋଲିବାକୁ ନିର୍ଦ୍ଦେଶ ପ୍ରଦାନ କରାଯାଇଛି । ଏନେଇ ଗଞ୍ଜାମ ଜିଲ୍ଲାପାଳ ଟ୍ୱିଟ କରି ସୂଚନା ଦେଇଛନ୍ତି । ଏହା ସହ ଜିଲ୍ଲାପାଳ ଲୋକମାନେ ଓପିଡିକୁ ଆସିବା ସମୟରେ ମାସ୍କ ପରିଧାନ କରିବା ସହ ସାମାଜିତ ଦୂରତାକୁ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ।
ଆସନ୍ତା ୧୫ରୁ ଆରମ୍ଭ ହେବ ବ୍ରହ୍ମପୁର ଏସକେସିଜି ଓପିଡି ସେବା
Tags #AtrNews #Odisha