ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ରାଜଧାନୀରେ ଲକ ଡାଉନ କଟକଣା କୋହଳ କରାଯାଇଛି । ଏନେଇ ଗତକାଲି ବିଏମସି ପକ୍ଷରୁ ସ୍ୱତନ୍ତ୍ର ଭାବେ ଗାଇଡ ଲାଇନ ଜାରି କରାଯାଇଛି । ଗାଇଡ ଲାଇନ ଅନୁସାରେ କିଛି ସର୍ତ୍ତ ସହିତ ବିଏମସି ଲକ ଡାଉନ କଟକଣାକୁ ସାମାନ୍ୟ କୋହଳ କରିଛି । ରାଜଧାନୀରେ ପରିସ୍ଥିତି ନିୟନ୍ତ୍ରଣରେ ଥିବାରୁ ବିଏମସି କଟକଣାକୁ କୋହଳ କରିଛି । ଗୃହମନ୍ତ୍ରଣାଳୟ ଓ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ନିୟମା ଅନୁଯାୟୀ କଟକଣାକୁ କୋହଳ କରାଯାଇଛି ।
ନୂଆ ଗାଇଡ ଲାଇନ ଅନୁସାରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ସହିତ ଭୁବନେଶ୍ୱର ମହାନଗର ନିଗମ ଅଧିନରେ ଥିବା ସମସ୍ତ ପିଡିଏସ ସାମଗ୍ରୀ ଦୋକାନ, ଖାଧ୍ୟ, ଗ୍ରୋସରୀ , ପନିପରିବା, ଫଳ, ମାଛ, ମାଂସ ଦୋକାନ, ଖାଦ୍ୟ, ବିହନ , କୀଟନାଶକ ଆଦି ବିକ୍ରି ସହିିତ ପରିବହନ ଉପରୁ କଟକଣା କୋହଳ କରାଯାଇଛି । ସେହଭଳି ଗ୍ୟାରେଜ, ବ୍ୟାଟେରୀ ଦୋକାନ, ପାର୍ଟସ ଦୋକାନ, ଲୁବ୍ରିକାଣ୍ଟ ମଧ୍ୟ ଖୋଲିବ । ବୈଦୁତିକ ସରଞ୍ଜାମ ମରାମତି କରୁଥିବା ଦୋକାନ ଖୋଲା ରହିବ । ଏହା ମରାମତି ପାଇଁ ବିକ୍ରି ହେଉଥିବା ସରଞ୍ଜାମ ଦୋକାନ ଖୋଲିବ ।
ସେହିଭଳି ବହିଖାତା ଦୋକାନ, ଘରେ ଖାଦ୍ୟ ପହଞ୍ଚାଉଥିବା ହୋଟେଲ, ଖୋଲାରେ ଏଲପିଜି ବିକୁଥିବା ଦୋକାନ, କେରିଅର ସଂସ୍ଥା, କେବୁଲ ସେବା, ଡିଟିଏଚ ଓ ଅପଟିକାଲ ଫାଇବର ସେବା ଯୋଗାଉଥିବା ଦୋକାନ ଓ ସଂସ୍ଥା ଖୋଲା ରହିବ । ସେହିଭଳି ଘରୋଇ ସିକ୍ୟୁରୁଟି ସେବ. ହେଟେଲ, ହୋମଷ୍ଟେ ଲଜ ଆଦି ଖୋଲିବ । ସେହିଭଳି ଆଇଟିଆଇ ଓ ଇଲେକ୍ଟ୍ରିସିଆନ, ପାଣିପାଇପ ମିସ୍ତ୍ରୀ ଆଦି ସେବା ଯୋଗାଇବା ପାଇଁ ଅନୁମତି ଦିଆଯିବ । ସେହିଭଳି ଭୁବନେଶ୍ୱରରେ ଥିବା ଶିଳ୍ପ ସଂସ୍ଥା ଓ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ୨୫ ପ୍ରତିଶତ କର୍ମଚାରୀଙ୍କୁ ନେଇ ଖୋଲିବେ ।