ଭୁବନେଶ୍ୱର(ଏଟିଆର ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିର ବିଧାନସଭା ନିର୍ବାଚନମଣ୍ଡଳୀରେ ୨୮ କୋଟି ଟଙ୍କାର ମୁଲ୍ୟର ୧୪ ଟି ପ୍ରକଳ୍ପର ଉଦଘାଟନ କରିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ପିଲାମାନେ ହେଉଛନ୍ତି ଏ ଦେଶର ଭବିଷ୍ୟତ । ଶିକ୍ଷା ହେଉଛି ପ୍ରକୃତି ସଶକ୍ତୀକରଣ । ତେଣୁ ହିଞ୍ଜିଳିରେ ଶିକ୍ଷାର ବିକାଶ ଉପରେ ଗୁରୁତ୍ୱ ଦେଇଛନ୍ତି । ତେଣୁ ହିଞ୍ଜିଳିକୁ ଆଗୁଆ ଅଞ୍ଚଳ ଭାବେ ବିକଶିତ କରିବା ତାଙ୍କର ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏହି ପ୍ରକଳ୍ପ ଗୁଡିକରେ ନୂତନ ବସଷ୍ଟାଣ୍ଡ ପାଇଁ ୩.୨୧ କୋଟି , ନେତାଜୀ ପାର୍କ ପାଇଁ ୧.୬୩ କୋଟି ଟଙ୍କା , ଆଧୁନିକ ସ୍ୱଚ୍ଛତା ମାଛ ଓ ଚିକେନ ବଜାର ପାଇଁ ୧.୧୩ କୋଟି ଟଙ୍କା , ବରିଷ୍ଠ ନାଗରିକ ମନୋରଞ୍ଜନ ପାଇଁ ୪୦ ଲକ୍ଷ ଟଙ୍କା , ଭେଣ୍ଡିଂ ଜୋନ ପାଇଁ ୯୬ ଲକ୍ଷ ଟଙ୍କା ,ହିଞ୍ଜିଳି ପୈାରପାଳିକାର ଦୁଇଟି ମିନି କଲ୍ୟାାଣ ମଣ୍ଡପର ଉଦଘାଟନ କରିଛନ୍ତି ।
କରୋନା ମହାମାରୀ କାରଣରୁ ମୁଖ୍ୟମନ୍ତ୍ରୀ ନିଜ ନିର୍ବାଚନମଣ୍ଡଳୀ ପରିଦର୍ଶନ କରି ନ ଥିବାରୁ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି ଏବଂ ଖୁବ୍ ଶୀଘ୍ର ହିଞ୍ଜିଳି ଗସ୍ତ କରିବେ ବୋଲି କହିଛନ୍ତି । ଏହି କାର୍ଯ୍ୟ ଆସନ୍ତା ସ୍ୱାଧୀନତା ଦିବସ ଅର୍ଥାତ ଅଗଷ୍ଟ ୧୫ ରେ ଶେଷ ହେବ ବୋଲି ସେ କହିଛନ୍ତି ।