ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମହିଳା କ୍ରିକେଟ ପାଇଁ ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀ ଓ ଝାରସୁଗୁଡାରେ ମହିଳା କ୍ରିକେଟ ଗ୍ରାଉଣ୍ଡର ଉଦଘାଟନ କରିବେ । ଏକାଧିକ କ୍ରିକେଟ ଷ୍ଟାଡିୟମ, କ୍ରିକେଟ ଏକାଡେମୀ ଓ ସ୍ପୋର୍ଟ୍ସ କମ୍ପେ୍ଲକ୍ସ ଲୋକାର୍ପଣ ହେବାର କାର୍ଯ୍ୟକ୍ରମ ରହିଛି ।
ପୁରୀ ପେଣ୍ଠକଟା ଠାରେ ୧୪ ଏକର ଜମିରେ ନିର୍ମିତ ଶ୍ରୀଜଗନ୍ନାଥ କ୍ରିକେଟ ଷ୍ଟାଡିୟମ ପାଇଁ ୬୭ କୋଟିରୁ ଅଧିକ ଟଙ୍କା ବ୍ୟୟ ହୋଇଛି । ଏହି ଶ୍ରୀଜଗନ୍ନାଥ କ୍ରୀଡା କମ୍ପେ୍ଲକ୍ସରେ ଅତ୍ୟାଧୁନିକ କ୍ରିକେଟ ଷ୍ଟାଡିୟମ, ଇଣ୍ଡୋର ହଲ ଓ ସୁଇମିଂ ପୁଲ ଆଦି ରହିଛି । ଇଣ୍ଡୋର ହଲରେ ବକ୍ସିଂ, ରେସଲିଂ, ଜିମ୍ନାସିୟମ ଓ ଟେବୁଲ ଟେନିସ ଆଦି କ୍ରୀଡାର ସୁବିଧା ରହିଛି ।