ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜଧାନୀରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାବେଳେ କେତେ ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକ କରୋନା ନିୟମ ଉଲ୍ଲଂଘନ କରୁଥିବାର ଦେଖିବାକୁ ମିଳୁଛି । କୋଭିଡ ଗାଇଡ ଲାଇନ ଉଲ୍ଲଂଘନ ଅଭିଯୋଗରେ ଜୟଦେବ ବିହାର ଛକରେ ଥିବା ଘରୋଇ କୋଚିଂ ସେଣ୍ଟର ହାପି କ୍ଲାସେସେ ସିଲ୍ ହୋଇଛି । ଏହି କୋଚିଂ ସେଣ୍ଟର ଉପରେ ବିଏମସି ଚଢାଉ କରି ସିଲ କରିଛି ।
କୋଭିଡ ନିୟମନୁସାରେ କୋଚିଂ ସେଣ୍ଟାରେ ଛାତ୍ରଛାତ୍ରୀ ମାନେ ବସିବା,ସାନିଟାଇଜର ବ୍ୟବହାର କରୁନଥିବା ସହ ଛାତ୍ରଛାତ୍ରୀମାନେ ମାସ୍କ ପିନ୍ଧିନଥିବାରୁ ଏହାକୁ ସିଲ କରିଛି ବିଏମସି କତ୍ତୃପକ୍ଷ । କରୋନା ମୁକାବିଲା ପାଇଁ ଆଜି ଦିନ ସାରା ବିଭିନ୍ନ ଶିକ୍ଷାନୁଷ୍ଠାନ ଉପରେ ଚଢାଉ ଜାରି କରିଛି ବିଏମସି । ବିଏମସିର ୩ ଟି ଜୋନରେ ହେବ ।
ସେହିପରି ଭୁବନେଶ୍ୱର ସିଲିକନ ଇନଷ୍ଟିଚ୍ୟୁଟ୍କୁ ସୋ’ କଜ୍ ନୋଟିସ ଜାରି କରାଯାଇଛି। କୋଭିଡ୍ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ନୋଟିସ ଜାରି କରିଛି ବିଏମସି। ଇନ୍ଷ୍ଟିଚ୍ୟୁଟ୍ର ଗୋଟିଏ ବେଞ୍ଚରେ ୫ରୁ ୭ ଜଣ ପିଲା ବସୁଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ଆଜି ଖୋର୍ଦ୍ଧା ଜିଲ୍ଲାରେ ୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।