ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଦେଶର ନୂଆ ସଂସଦ ଭବନ ପାଇଁ ଯୋଜନା ହୋଇସାରିଛି ।ଏହି ଭବନର ନିର୍ମାଣ ଅତ୍ୟନ୍ତ ଭବ୍ୟ ହେବ । ୧୨୦ ଦପ୍ତର ପାଇଁ ଏଥିରେ ବ୍ୟବସ୍ଥା ହୋଇଛି ।ଭବିଷ୍ୟତରେ ଭାରତ କୁ ଦୃଷ୍ଟି ରେ ରଖି ପ୍ରାୟ ୨୦୦୦ ପ୍ରତିନିଧିଙ୍କ ପାଇଁ ଆସନ ବ୍ୟବସ୍ଥା ହେଉଥିବା କଥା କୁହାଯାଇଛି । ସ୍ୱାଧୀନତା ଦିବସ ସମାରୋହ ପାଇଁ ନୂଆ ସଂସଦ ଭବନର ନିର୍ମାଣ ପାଇଁ ଠିକା ଦିଆଯାଇଛି ।ଏବଂ ଏହାର କାର୍ଯ୍ୟକଳାପ ୨୦୨୨ ସୁଧା ସମ୍ପୁର୍ଣ୍ଣ ହେବ ବୋଲି କୁହାଯାଇଛି ।
ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଡ଼ିସେମ୍ବର୨୦୧୯ ରେ ଲୋକସଭା ଆସନ ସଂଖ୍ୟା ୫୪୩ ରୁ ୧୦୦୦ କରିବାକୁ ମତ ଦେଇଥିଲେ ।୨୦୨୬ ପରେ ଏଥିରେ ବଡ଼ ଧରଣର ବୃଦ୍ଧି ହେବ ବୋଲି କୁହାଯାଇଛି । ରାଜ୍ୟସଭାର ଆସନ ସଂଖ୍ୟା ବଢାଇବା ପାଇଁ ମଧ୍ୟ ସେ ପ୍ରସ୍ତାବ ଦେଇଥିଲେ । ୨୦୦୨ ରେ ସମ୍ବିଧାନ ଦ୍ୱାରା ସ୍ଥିର କରାଯାଇଥିଲା ୨୦୨୬ ପର୍ଯ୍ୟନ୍ତ ଲୋକସଭା ଆସନ ବଢାଯିବ ନାହିଁ ।
ଆସନ ସଂ୍ଖ୍ୟା ବଢାଇବା ନିଷ୍ପତ୍ତି ନେବା ପଛରେ ଜନସଂଖ୍ୟା ସ୍ଥିତି ମୁଖ୍ୟ ଆଧାର ରହିଛି ।୧୯୭୧ ରେ ଦେଶର ଜନସଂଖ୍ୟା ୫୫ କୋଟି ଥିଲା ଏବଂ ଏବେ ଏହାର ୨ ଗୁଣ ରୁ ଅଡଧିକ ରହିଛି ଜନସଂଖ୍ୟା । ହିନ୍ଦୀ ଭାଷୀ ରାଜ୍ୟ ବିହାର ଏବଂ ଉତ୍ତରପ୍ରଦେଶରେ ମୋଟ ଜନସଂଖ୍ୟା ଦେଶର ଜନସଂଖ୍ୟାର ୨୫.୧ ପ୍ରତିଶତ ରହିଥିବା ବେଳେ ସେଠାରେ ୧୨୦ ଆସନ ରହିଛି