କଟକ(ଏଟିଆର ବ୍ୟୁରୋ):କଟକରେ ସବୁ ମଦ ଦୋକାନ ସିଲ୍ କରିବାକୁ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ନିର୍ଦ୍ଦେଶ ଦେଇଛନ୍ତି ।ଏହା ସହ ମଦ ଦୋକାନ ମାନଙ୍କରେ କେତେ ମଦ ଅଛି ତାହା ରେକର୍ଡ କରି ଜଣାଇବାକୁ କୁହାଯାଇଛି । ଲକ୍ ଡାଉନ୍ ବେଳେ ଚୋରା ମଦ କାରବାର ହୋଇଥିବା ଆଭିଯୋଗ ହୋଇଛି । ତେବେ କେନ୍ଦ୍ର ସରକାର ତୃତୀୟ ପର୍ଯ୍ୟାୟର ଲକ୍ ଡାଉନ୍ ର ପ୍ରଥମ ଦିନରେ ଗ୍ରୀନ ଜୋନ୍ ମାନଙ୍କରେ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଥିଲା । ହେଲେ ରାଜ୍ୟ ସରକାର ଏନେଇ କୌଣସି ନିଷ୍ପତି ନେଇ ନଥିଲେ ।
ଏହା ପରେ କିଛି ରାଜ୍ୟରେ ମଦ ଦୋକାନ ଖୋଲା ଯାଇଥିଲା । ହେଲେ ମଦ ଦୋକାନ ଖୋଲିବା ପରେ ଦୋକାନ ଆଗରେ ଲମ୍ବା ଲାଇନ ଦେଖିବାକୁ ମିଳିଛି । ଏହା ସହ ସାମାଜିକ ଦୂରତା ଭଙ୍ଗ ହୋଇଥିବାର ଦେଖିବାକୁ ମିଳିଛି । ଅନ୍ୟପଟେ ଆଜି ସୁପ୍ରିମକୋର୍ଟରେ ମଦ ଦୋକାନ ଖୋଲିବାକୁ ନେଇ ଏକ ରାୟ ପ୍ରକାଶ କରାଯାଇଛି । ଏହି ରାୟ ଅନୁଯାଇ ରାଜ୍ୟ ସରକାର ମଦ ଦୋକନ ଖୋଲିବା ନେଇ ନିଷ୍ପତି ନେବେ ବୋଲି କୁହାଯାଇଛି । ଏହା ସହ ରାଜ୍ୟ ସରକାର ମଦ ହୋମ୍ ଡେଲିଭରି କରି ପାରିବେ ବୋଲି ସୁପ୍ରିମକୋର୍ଟ ପକ୍ଷରୁ କୁହାଯାଇଛି । ମଦ ଦୋକାନ ଖୋଲିବା ନେଇ ରାଜ୍ୟ ସରକାର କଣ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି ।