ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଟିକାଦାନ ପାଇଁ ୩ ଦିନ ବଢିଛି ଅବଧି ।୧୩ ତାରିଖ ସୁଦ୍ଧା ସବୁ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଇଛି । ୧୫ ରୁ ଦ୍ୱିତୀୟ ଡୋଜ ଟିକାକରଣ କରାଯିବ । ଏନେଇ ମାଇକ୍ରୋ ପ୍ଲାନ ପ୍ରସ୍ତୁତ କରି ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀ ମହାପାତ୍ର ।
ଆଜି ରାଜ୍ୟରେ ୧୯ ହଜାର ୩୬୯ ଜଣ ସ୍ୱାସ୍ଥ୍ୟକର୍ମୀ ଓ କୋଭିଡ ଯୋଦ୍ଧା ଟିକା ନେଇଛନ୍ତି । ଏଥିରେ ସ୍ୱାସ୍ଥ୍ୟକର୍ମୀଙ୍କ ସଂଖ୍ୟା ୪ହଜାର ୨୬୧ ରହିଥିବାବେଳେ ସମ୍ମୁଖ କୋଭିଡ଼ ଯୋଦ୍ଧା ୧୫ହଜାର ୧୦୮ ରହିଛନ୍ତି। ଆଜିର ଟିକାଦାନ ହାର ମଧ୍ୟରେ ସ୍ୱାସ୍ଥ୍ୟକର୍ମୀଙ୍କ ୮୬.୯ ପ୍ରତିଶତ ଏବଂ କୋଭିଡ଼ ଯୋଦ୍ଧାଙ୍କ ହାର ୭୮.୨ ପ୍ରତିଶତ ରହିଛି।
ଆଜି ଭୁୂବନେଶ୍ୱରରେ ୧୪ ଟି କେନ୍ଦ୍ରରେ ୨୪୦୦ ସ୍ୱାସ୍ଥ୍ୟକର୍ମୀ ଓ କୋଭିଡ ଯୋଦ୍ଧାଙ୍କୁ ଟିକାଦେବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ୨୫୪୦ ଜଣ ନେଇଛନ୍ତି । ରାଜ୍ୟରେ ୮୦ ପ୍ରତିଶତ ହୋଇଥିବା ବେଳେ ରାଜଧାନୀରେ ୧୦୫.୮ ପ୍ରତିଶତ ହୋଇଛି । ଆଜି ୧୨ ଟି କେନ୍ଦ୍ରରେ ୨୨୭ କୋଭିଟ ଯୋଦ୍ଧାଙ୍କୁ ଟିକାକରଣ କରାଯିବ ବୋଲି ବିଭାଗ ଲକ୍ଷ୍ୟ ରଖିଛି ।