ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଖୋଲିବାକୁ ଯାଉଛି ପ୍ରଥମ ମହିଳା ଭେଣ୍ଡିଂ ଜୋନ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ମହିଳା ଭେଣ୍ଡିଂ ଜୋନ୍ ର ଉଦଘାଟନ କରିବେ । ଏନେଇ ବିଏମସି ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।
ଭୁବନେଶ୍ୱର କସମୋପଲିସ ଅଞ୍ଚଳରେ ବିଏମସି ପକ୍ଷରୁ ନିର୍ମାଣ ହୋଇଥିବା ଏହି ମହିଳା ଭେଣ୍ଡିଂ ଜୋନ୍ ରେ ମୋଟ ୪୧ ଟି ଦୋକାନ ରହିଛି । ଏହି ଭେଣ୍ଡିଂ ଜୋନ୍ ର ଦାୟିତ୍ୱ ମହିଳା ଏସଏଚଜି କୁ ଦିଆଯାଇଛି । ଭେଣ୍ଡିଂ ଜୋନରେ ପାନୀୟ ଜଳ, ଶୌଚାଳୟ, ବସିବା ପାଇଁ ଚୌକି, ଆଲୋକୀକରଣ ସହିତ ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା କରାଯାଇଛି ।