ପୁରୀ (ଏଟିଆର ବ୍ୟୁରୋ): ମାରାତ୍ମକ ଭାଇରସ କରୋନା ର ପ୍ରକୋପକୁ ଦୃଷ୍ଟିରେ ରଖି ଚାରିଆଡେ ଲକ୍ ଡାଉନ୍ ଘୋଷଣା କରାଯାଇଥିବା ବେଳେ ପୁରୀ ବଳିଆପଣ୍ଡା ସ୍ଥିତ ହୋଟେଲ ଦେବଭୂମି ୩ ଜଣ ବିଦେଶୀ ପର୍ଯ୍ୟଟକଙ୍କୁ ରଖିଥିବାରୁ ମଙ୍ଗଳବାର ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ହୋଟେଲକୁ ସିଜ୍ କରିବା ସହିତ ହୋଟେଲ ନାଁରେ ଥାନାରେ ମାମଲା ରୁଜୁ କରାଯାଇଛି ।
୩ ଜଣ ପର୍ଯ୍ୟଟକଙ୍କ ମଧ୍ୟରୁ ଏକ ଦମ୍ପତି ୟୁକ୍ରେନ୍ ର ହୋଇଥିବା ବେଳେ ଅନ୍ୟ ଜଣେ ପର୍ଯ୍ୟଟକ ଜର୍ମାନ ବୋଲି ଜାଣିବାକୁ ମିଳିଥିଲା । ଏମାନେ ମାର୍ଚ୍ଚ ୧୪ ରୁ ପୁରୀରେ ରହିଥିଲେ । ଧରାହେବା ପରେ ସେମାନଙ୍କୁ ଭୁବନେଶ୍ୱର ବିମାନ ବନ୍ଦରରେ ଛଡା ହୋଇଥିଲା ସେଠାରେ ସେମାନେ ତାଙ୍କ ଦେଶକୁ ଯାତ୍ରା କରିଥିଲେ ।
ଏନେଇ ଜଣେ ଅଧିକାରୀ କହିଛନ୍ତି , କୋଭିଡ୍୧୯ ବ୍ୟାପିବାକୁ ରୋକିବା ପାଇଁ ଲାଗୁ କରାଯାଇଥିବା ଲକ୍ ଡାଉନ୍ କୁ ହୋଟେଲ ଉଲ୍ଲଂଘନ କରିବା ହେତୁ ସିଜ୍ କରାଯାଇଛି ।