ଭୁବନେଶ୍ୱର (ଏଟିଆର ବ୍ୟୁରୋ):ମୋ ବସ୍ ସେବାକୁ ଆଜି ପୁରିଛି ଦୁଇବର୍ଷ ।ଫନି ପରେ ମୋ ବସ୍ ସେବା ବାଧାପ୍ରାପ୍ତ ହୋଇଥିଲା । କରୋନା ରେ ପୁଣି ଥରେ ସଳଖ ହୋଇ ଛିଡ଼ାହୋଇଛି ମୋ ବସ୍ । ଜାନୁୟାରି ଶେଷ ସୁଦ୍ଧା ବସ୍ ଚଳାଇବାକୁ ଲକ୍ଷ୍ୟ କରିଛି କ୍ରୁଟ୍ । ପ୍ରଥମ ପଯ୍ୟାୟରେ ୨୫ ଟି ଇଲେକ୍ଟିକ୍ ବସ୍ ଚାଲିବ । ଫନି ପରେ ୩୦ ହଜାର ଯାତ୍ରୀ ହେଉଥିବା ବେଳେ ୨୦୧୯ ସୁଦ୍ଧା ଦୈନିକ ଯାତ୍ରୀ ସଂଖ୍ୟା ୧ ଲକ୍ଷରେ ପହଞ୍ଚିଛି । କରୋନା ଆରମ୍ଭରୁୁ ସେବା ଠପ୍ ହୋଇଯାଇଥିବା ବେଳେ ଏବେ ଦୈନିକ ଯାତ୍ରୀ ସଂଖ୍ୟା ୨୬ ହଜାର ହୋଇଛି । ଚଳିତ ବର୍ଷ ମେ ୨୬ ରେ ୭ଟି ରୁଟ ରେ ୪୦ ଟି ବସ୍ରେ ସେବା ଆରମ୍ଭ ହୋଇଥିଲା । ଏବଂ ଜୁନ ସୁଦ୍ଧା ୭ଟି ରୁଟରେ ୬୬ ଟି ବସ୍ ଚାଲିଥିଲା । ସେପ୍ଟେମ୍ବର ୨୭ ସୁଦ୍ଧା ପୁରୀ ଓ କୋଣାର୍କ ଦେଇ ୨ ଟି ନୂତନ ବସ ସେବା ଆରମ୍ଭ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ୧୭ ଟି ରୁଟ ରେ ୧୦୯ ଟି ବସ ଚୂଳାଚଳ ହୋଇଛି ।
ପଟିଆ ଓ ପାତ୍ରପଡ଼ା ରେ ଦୁଇରୁ ଅତ୍ୟାଧିକ ବସ ଡ଼ିପୋ କରାଯିବ । ଦୁଇଟି ଡ଼ିପୋରେ ପ୍ରାୟ ୧୭ କୋଟି ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । କରୋନା ସମୟରେ ଯେତେବେଳେ ପରିବହନ ସେବା ବନ୍ଦ ଥିଲା ସେତେବେଳେ ମୋ ବସ୍ ସେବା ଯୋଗାଇ ଦେଉଥିଲା । ବସରେ ୩୦ ପ୍ରତିଶତ ମହିଳା କଣ୍ଡକ୍ଟରଙ୍କୁ ନିଯୁକ୍ତି ମଧ୍ୟ ମିଳିଛି ।