ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆସନ୍ତା ସେପ୍ଟେମ୍ବର ୧ ତାରିଖରୁ ବିଧାନସଭାରେ ମୋøସୁମୀ ଅଧିବେଶନ ବସିବ । ଏହି ଅଧିବେଶନ ସେପ୍ଟେମ୍ବର ୧ ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅଧିବେଶନରେ ମୋଟ ୮ ଟି କାର୍ଯ୍ୟଦିବସ ରହିଛି । ଚଳିତବର୍ଷ କରୋନା ଗାଇଡ ଲାଇନ ମଧ୍ୟରେ ଗୃହ ପରିଚାଳିତ ହେବ ।
ଆଜି ଦିନରୁ ୭ ଦିନ ପର୍ଯ୍ୟନ୍ତ ଅଫିସିଆଲ ବିଜିନେଓ ପାଇଁ ସମୟ ନିର୍ଘଣ୍ଟ କରାଯାଇଛି । ୫ ତାରିଖ ରିବିବାରକୁ ଛାଡି ବାକି ୮ ଦିନ କାର୍ଯ୍ୟ ଦିବସ ରହିବ । ସେପ୍ଟେମ୍ବର ୩ ତାରିଖକୁ ପ୍ରାଇଭେଟ ମେମ୍ବର୍ସ ବିଜିନେସ ପାଇଁ ରଖାଯାଇଥିବା ବେଳେ ଅନ୍ୟ ସମସ୍ତ ଦିନଗୁଡିକୁ ଅଫିସିଆଲ କାର୍ଯ୍ୟଦିବସ ରହିଛି ।
ବିଧାନସଭା ସଚିବ ଦାଶରଥୀ ଶତପଥୀଙ୍କ ଦ୍ୱାରା ଜାରି ସମନ ଅନୁସାରେ ସେପ୍ଟେମ୍ବର ୧ ତାରିଖରୁ ପୂର୍ବାହ୍ନ ୧୧ ଟାରେ ବିଧାନସଭା ଅଧିବେଶନ ଆରମ୍ଭ ପାଇଁ ରାଜ୍ୟପାଳ ସମନ ଜାରି କରିଛନ୍ତି । ଅଧିବେଶନକୁ ଆସୁଥିôବା ସମସ୍ତ ଜନପ୍ରତିନିଧି , ସେମାନଙ୍କ ଡ୍ରାଇଭର , ବିଧାନସଭା କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧିମାନଙ୍କ ଆରଟି ପିସିଆର ପରୀକ୍ଷା ବାଧ୍ୟତାମୂଳକ କରାଯିବ । ଅଧିବେଶନ ନେଇ ସଂସଦୀୟ ବ୍ୟାପର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।