ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଗତକାଲି ଓଡିଶାର ନୂଆ ପ୍ରଭାରୀ ଦାୟିତ୍ୱ ଗ୍ରହଣ କରିଥିବା ଡ.ଏ. ଚେଲ୍ଲା କୁମାର କରୋନା ସଂକ୍ରମିତ ହୋଇଛନ୍ତି । ଆଜି ଏନେଇ ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଟ୍ୱିଟ କରି ସୂଚନା ଦେଇଛନ୍ତି । ସେ କରୋନାରେ ସଂକ୍ରମିତ ହୋଇଥିବା ସୂଚନା ଦେବା ସହ ସେ ହୋମ ଆଇସୋଲେସନରେ ରହିଛନ୍ତି । ଏହା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ କରୋନା ଟେଷ୍ଟ କରାଯାଇବାକୁ ଅନୁରୋଧ କରିଛନ୍ତି ।
I have been tested positive for Covid-19.I would like to request to all those who had come in contact with me the past few days to get themselves tested as a precautionary measure.Stay Safe 🙏🏻
— Dr A Chella Kumar (@DrAChellaKumar) September 12, 2020
ସେ ନିଜ ଟ୍ୱିଟର ଆକାଉଣ୍ଟରେ ଟ୍ୱିଟ କରି ଲେଖିଛନ୍ତି କି, ମୁଁ କରୋନା ଆକ୍ରାନ୍ତ ହୋଇଛି । ମୋର ସ୍ବାବ ନମୁନା ରିପୋର୍ଟ ପଜିଟିଭ୍ ଆସିଛି । ମୁଁ ସମସ୍ତଙ୍କୁ ଅନୁରୋଧ କରିବାକୁ ଚାହେଁ ଯେଉଁମାନେ ଗତ କିଛି ଦିନ ମଧ୍ୟରେ ମୋ ସହିତ ଯୋଗାଯୋଗରେ ଥିଲେ ସେମାନେ ନିଜକୁ ସତର୍କତାମୂଳକ ପଦକ୍ଷେପ ଭାବରେ ପରୀକ୍ଷା କରନ୍ତୁ ଓ ନିରାପଦରେ ରୁହନ୍ତୁ ।