କଟକ (ଏଟିଆର ବ୍ୟୁରୋ): ଓଡିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି । ଆଉ ୩ ଜଣ ନବନିଯୁକ୍ତି ବିଚାରପତି ଆଜି ଶପଥ ଗ୍ରହଣ କରିଛନ୍ତି । ଜଷ୍ଟିସ୍ ଭି.ନରସିଂହ, ଜଷ୍ଟିସ ବିରଜା ପ୍ରସନ୍ନ ଶତପଥୀ ଓ ଜଷ୍ଟିସ୍ ମୁରାହରି ଶ୍ରୀ ରମଣଙ୍କୁ ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍.ମୁରଲିଧର ହାଇକୋର୍ଟ ସମ୍ମିଳନୀ କକ୍ଷରେ ସ୍ୱତନ୍ତ୍ର ଭାବେ ଆୟାଜିତ ହୋଇଥିବା ସମାରୋହରେ ଶପଥ ପାଠ କରାଇଛନ୍ତି ।
ପୂର୍ବରୁ ହାଇକୋର୍ଟ ରେ ମୋଟ ୧୮ ଜଣ ବିଚାରପତି ଥିଲେ । ଏବେ ଆଉ ୩ ଜଣ ନବନିଯୁକ୍ତି ବିଚାରପତିଙ୍କୁ ମିଶାଇ ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୨୧ କୁ ବୃଦ୍ଧି ପାଇଛି ।