ଝାରସୁଗୁଡା(ଏଟିଆର ବ୍ୟୁରୋ): ଆସନ୍ତା ମେ ମାସ ୧ ତାରିଖରୁ ଝାରସୁଗୁଡା ଓ ପାଟନା ମଧ୍ୟରେ ବିମାନ ସେବା ଆରମ୍ଭ ହେବ । ଝାରସୁଗୁଡା ବରା ସୁରେନ୍ଦ୍ରସାଏ ବିମାନ ବନ୍ଦରରୁ ର୍ପ୍ୟାୟକ୍ରମେ ଦେଶର ପ୍ରମୁଖ ସହର ତଥା ଦିଲ୍ଲୀ,ବେଙ୍ଗାଲୁରୁ,ଚେନ୍ନାଇ,କଲିକତା,ହାଇଦ୍ରାବାଦ ଓ ରାୟପୁର ଆଦିକୁ ସଂଯୋଗୀକରଣ ହୋଇସାରିଛି । ଏନେଇ ସୂଚନା ଦେଇଛନ୍ତି ବିମାନବନ୍ଦରର ନିର୍ଦ୍ଦେଶକ କିଶୋର କୁମାର ସେନାପତି ।
ଏହି ବିମାନ ପ୍ରତିଦିନ ଉଡିବ । ଏହା ୭୮ସିଟ୍ ବିଶିଷ୍ଟ । ବିମାନ କ୍ୟୁ ୪୦୦ ପ୍ରତିଦିନ ପାଟନାରୁ ବାହାରି ଝାରସୁଗୁଡାରେ ଅପରାହ୍ନ ୪ଟା୨୦ ରେ ପହଞ୍ଚିବ । ଏହାପରେ ପାଟଣାରୁ ପୁଣି ଥରେ ଆସାମର ଗ୍ରୁଆହାଟି ଅଭିମୁଖେ ଉଡାଣ ଭରିବ ।
ଝାରସୁଗୁଡାରୁ ଗୁଆହାଟିକୁ ମଧ୍ୟ ଯାତୀମାନେ ଯାତ୍ରା କରିବା ଦିଗରେ ଏହା ସହାୟକ ହେବ । ତେବେ ଝାରସୁଗୁଡା ବମାନ ବନ୍ଦରରୁ ବର୍ତ୍ତମାନ ଭୁବନେଶ୍ୱର,ରାୟପୁର,କୋଲକତା,ଦିଲ୍ଲୀ,ମୁମ୍ବାଇ,ହାଇଦ୍ରାବାଦ ଚେନ୍ନାଇ ଓ ବେଙ୍ଗାଲୁରୁକୁ ବିମାନ ଚଳାଚଳ କରୁଛି ।