ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଅହମ୍ମନାବାଦ ମେଟ୍ରୋ ରେଳ ପ୍ରକଳ୍ପର ଫେଜ ୨ ଓ ସୁରତ ମେଟ୍ରୋ ରେଳ ପ୍ରକଳ୍ପର ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମି ପୁଜା କରିବେ । ଏହି ଅବସରରେ ମୋଦି କହିଛନ୍ତି ଗୁଜୁରାଟର ଦୁଇ ବ୍ୟବସାୟ କେନ୍ଦ୍ର ଅହମ୍ମଦବାଦ ଓ ସୁରଟକୁ ଆହୁରି ମଜଭୁତ କରିବ ।
ଅହମ୍ମନାବାଦ ମେଟ୍ରୋ ରେଳ ପ୍ରକଳ୍ପର ଫେଜ ୨ ୨୮ ୨୫ କିଲୋମିଟର ବିଶିଷ୍ଟ ଏବଂ ଏଥିରେ ଦୁଇଟି କରିଡର ରହିଛି । ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପାଇଁ ୫ ହଜାର ୩୮୪ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । କେନ୍ଦ୍ରୀୟ ଆବାସ ଓ ସହରୀ ବିକାଶ ମନ୍ତ୍ରୀ ହରଦିପ ସିଂ ସୁରି କହିଛନ୍ତି ଅହମ୍ମଦାବାଦ ମେଟ୍ରୋ ଫେଜ ୧ କାର୍ଯ୍ୟ ଚାଲିଛି ।
ସୁରତ ମେଟ୍ରୋ ରେଳ ପ୍ରକଳ୍ପର ଲମ୍ବ ୪୦.୩୫ କିଲୋମିଟର ଏବଂ ଏଥିରେ ମଧ୍ୟ ଦୁଇଟି କରିଡର ରହିଛି । ଏହି ପ୍ରକଳ୍ପ ପାଇଁ ୧୨ ହଜାର କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ୨୦୨୨ ଜୁନ ସୁଦ୍ଧା ଦେଶ ସ୍ୱାଧୀନତାର ୭୫ ବର୍ଷ ପାଳନ କରୁଥିବା ସେତେବେଳେ ଏହି କାର୍ଯ୍ୟ ଶେଷ ହୋଇଯିବ ।