ପାଟଣା(ଏଟିଆର ବ୍ୟୁରୋ): ପୁଣି ଜଣେ ସରପଞ୍ଚ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରିଛନ୍ତି । ବାଇକଳା ପଞ୍ଚାୟତ ୭ଟି ଗାଁକୁ ସଟ୍ ଡାଉନ୍ ଘୋଷଣା କରିଛନ୍ତି ସରପଞ୍ଚ କୌଶଲ୍ୟା କାଲୁଣ୍ଡିଆ । ସୂଚନା ଅନୁସାରେ ଜଣେ ମହାରାଷ୍ଟ୍ର ଫେରନ୍ତା କ୍ୱାରାଣ୍ଟାଇନ ସେଣ୍ଟରରୁ ଯାଇ ହୋମ କ୍ୱାରାଣ୍ଟାଇନରେ ରହିଥିଲେ । ପରେ ତାଙ୍କ ରିପୋର୍ଟ ପଜେଟିଭ ଆସିବାରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି ସରପଞ୍ଚ ।
ତେବେ କରୋନା ମୁକାବିଲା କରିବା ପାଇଁ ରାଜ୍ୟ ସରକାରେ ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଛନ୍ତି । ପୂର୍ବରୁ ଏହାକୁ ପ୍ରୟୋଗ କରି ବହୁ ସରପଞ୍ଚ ମାନେ ନିଜ ନିଜ ପଞ୍ଚାୟତରେ ସଟ୍ ଡାଉନ୍ ଘୋଷଣା କରିଥିବାର ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୬୦୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଲି ୧୪୮୧ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୧୧୭ ଟି ସକ୍ରିୟ କେସ ରହିଛି । ସେହିପରି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮ରେ ପହଞ୍ଚିଛି ।