ପୁରୀ(ଏଟିଆର ବ୍ୟୁରୋ): ଆଜି ପୁରୀ ଶ୍ରୀମନ୍ଦିରରେ ଥିବା ଗର୍ଭଗୃହର ଯାଞ୍ଚା କରାଯାଇଛି । ଆଜି ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା(ଏଏସଆଇ) ପକ୍ଷରୁ ଶ୍ରୀମନ୍ଦିର ଗର୍ଭଗୃହର ଯାଞ୍ଚ କରାଯାଇଛି । ଚଳିତ ବର୍ଷ କୋଭିଡ କଟକଣା ଯୋଗୁଁ ରାଜ୍ୟ ବାହାରୁ ଆସିବେ ନାହିଁ ବିଶେଷଜ୍ଞ ଟିମ । ତେବେ ଏଏସ୍ଆଇ ର କୋର କମିଟି ସଦସ୍ୟ ଏନ୍.ସି. ପାଲ ଆସିଛନ୍ତି। ତାଙ୍କ ସହ ଫଟୋଗ୍ରାଫି ଓ ବିଶେଷଜ୍ଞ ଟିମ୍ ଅଛନ୍ତି।
ସେମାନେ ଗର୍ଭଗୃହ, ନାଟମଣ୍ଡପ ଓ ଜଗମୋହନର ଯାଞ୍ଚ କରିବେ। ଗରୁଡ଼ ସ୍ତମ୍ଭ ନିକଟ କ୍ରାକ୍ ବିମ୍ର ସ୍ଥିତି ବି ପରଖିବ ଏଏସ୍ଆଇ। ଗର୍ଭଗୃହରେ ମଇଶ୍ଚର କ୍ଲିନିଂ କରାଯିବ, ନାଟମଣ୍ଡପର ଉପରିଭାଗ ଓ ଛାତ ପୁରାପୁରି ଯାଞ୍ଚ କରାଯିବ । ଏହାସହ ଗରୁଡସ୍ତମ୍ବ ନିକଟ କ୍ରାକ ବିମରମଧ୍ୟ ଯାଞ୍ଚ କରାଯିବ । ଯାଞ୍ଚ ପରେ ସ୍ପଷ୍ଟ ହେବ କେଉଁଠି କେତେ କ୍ଷତି ହୋଇଛି ।