ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ୨୦ଟି ପ୍ରସ୍ତାବକୁ ଅନୁମତି ମିଳିଛି । ଏନେଇ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ସୂଚନା ପ୍ରଦାନ କରିଛନ୍ତି । ମୁଖ୍ୟ ସଚିବ ସୂଚନା ଦେଇ କହିଛନ୍ତି, କ୍ୟାବିନେଟ ବୈଠକରେ , ବିଭିନ୍ନ ଆକ୍ଟ ସଂଶୋଧନ ହେବା ସହ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି । କ୍ୟାବିନେଟରେ ଶିଳ୍ପ ନୀତି ଓ ଫ୍ୟାକ୍ଟ୍ରି ଆକ୍ଟ ସଂଶୋଧନ ସମ୍ପର୍କରେ ପ୍ରସ୍ତାବ ଗୁଡିକୁ ମଞ୍ଜୁରୀ ପ୍ରଦାନ କରାଯାଇଥିବା ବେଳେ ରାଜ୍ୟର ୮ଟି ବ୍ଲକରେ ୮୨୭କୋଟି ଟଙ୍କାର ପାନୀୟ ଜଳ ପ୍ରକଳ୍ପ ସମ୍ବର୍କିତ ଗୁରୁତପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ତେବେ ପାନୀୟ ଜଳ ପ୍ରକଳ୍ପ ପାଇଁ ମିଳିଥିବା ମଞ୍ଜୁରୀ ବ୍ଲକ ଗୁଡିକ ହେଲା ଏହାସହ ମାଲକାନଗିରି ଜିଲ୍ଲା କାଲିମେଳା, ବୈପାରୀଗୁଡ଼ା, ମୟୁରଭଞ୍ଜ ଜିଲ୍ଲା ସାରସକଣା, ଗୋପବନ୍ଧୁନଗର, ବାଲେଶ୍ୱର ଜିଲ୍ଲା ଭୋଗରାଇ, ରାୟଗଡ଼ା ଜିଲ୍ଲା କାଶୀନଗର, ଗୁମ୍ମା ଓ କଟକ ଜିଲ୍ଲା ମାହାଙ୍ଗା ବ୍ଲକରେ ବୃହତ୍ତ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହେବ । ଏହି ପ୍ରକଳ୍ପଗୁଡ଼ିକରେ ୮୨୭ କୋଟି ଟଙ୍କା ଖର୍ଚ୍ଚ ହେବ ଓ ଏଥିରୁ ୯୧୧ଟି ଗାଁ ଉପକୃତ ହେବେ ।କ୍ୟାବିନେଟରେ ଓଭରଟାଇମ ସମ୍ପର୍କିତ ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ପୂର୍ବରୁ ୨୪୦ ଦିନ କାମ କଲା ପରେ ଛୁଟି ନେଇପାରୁଥିଲେ କିନ୍ତୁ ଏହ ଏବେ ୧୮୦ ଦିନକୁ ହ୍ରାସ କରାଯାଇଛି । ମହିଳା ମାନଙ୍କୁ ରାତି ଡ୍ୟୁଟି ପାଇଁ ସର୍ତମୂଳକ ଅନୁମତି ମିଳି ପାରିବ ବୋଲି କ୍ୟାବିନେଟରେ ନିଷ୍ପତି ଗ୍ରହଣ କରା ଯାଇଛି ।
ସେହିପରି ବର୍ତ୍ତମାନ ମହାମାରୀ ଭଳି ପରିସ୍ଥିତି ସମୟରେ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ମଧ୍ୟ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଇଛି । ଏହି ମହାମାରୀ ସମୟରେ ଜନସାଧାରଣ ମାନେ କିପରି ଉତ୍ତମ ସେବା ପାଇ ପାରିବେ ସେଥିପାଇଁ ଅଧିକ ଗୁରୁତ୍ୱ ଦିଆଯାଇ ନିର୍ମଳ ଯୋଜନାକୁ ପରିବଦ୍ଧିତ କରାଯିବ । ଏହି ଯୋଜନା ଅର୍ନ୍ତଗତ ହସ୍ପିଟାଲଗୁଡିକ ଅଧିକ ପରିଷ୍କାରପରିଚ୍ଛନ୍ନ ହେବ । ଏହାସହ ନିର୍ମଳ ପ୍ଲସ ପ୍ଲସ ଯୋଜନାରେ ୪୫ଟି ବଡ ନୂଆ ହସ୍ପିଟାଲ ଯୋଡି ହୋଇଛି । ନିର୍ମଳ ପ୍ଲସ ପ୍ଲସ ଯୋଜନାରେ ୭ଟି ହସ୍ପିଟାଲ ସାମିଲ ହେବ । କଳକାରଖାନାରେ କାର୍ଯ୍ୟରତ ମହିଳା କର୍ମଚାରୀଙ୍କ ପାଇଁ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଛି ।
ସେହିଭଳି ଜୁଡ଼ିସିଆଲ କୋର୍ଟରେ ଷ୍ଟାମ୍ପ ପାଇଁ ଯେଉଁ ଫି ଅଛି, ତାହା ଇ-ମାଧ୍ୟମରେ ମଂଜୁରି ମିଳିଛି । ମହାମାରୀ ଆଇନରେ ସଂଶୋଧନ କରି ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ ପାଇଁ ବ୍ୟବସ୍ଥା କରାଯିବ । ଏବେ ମହାମାରୀ ଆଇନ ଅନୁସାରେ କଟକଣା ନମାନିବା, ମୁହଁରେ ମାସ୍କ ନପିନ୍ଧିବା ଓ ବାହାରେ ଛେପ ପକାଇବା ଭଳି ଆଇନ ଉଲଘଂନ ପାଇଁ ୧ ହଜାରରୁ ୧୦ ହଜାର ପର୍ଯ୍ୟନ୍ତ ଜୋରିମାନା ଆଦାୟ କରାଯାଉଛି । ତେବେ ସରକାର ଆଇନରେ ସଂଶୋଧନ କରି ଜୋରିମାନ ବ୍ୟବସ୍ଥାକୁ ବଢାଇ ପାରିନ୍ତି ।
୨୦ଟି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କଲା ରାଜ୍ୟ କ୍ୟାବିନେଟ
Tags #AtrNews #Odisha