ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଗତକାଲି ରାଜ୍ୟ କ୍ୟାବିନେଟର ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ୮ଟି ପ୍ରସ୍ତାକୁ ମୋହର ଲାଗିଛି । କ୍ୟାବିନେଟ ପଞ୍ଚାୟତକୁ ଉଭୟ ଆର୍ଥିକ ଓ ପ୍ରଶାସନିକ କ୍ଷମତା ହସ୍ତାନ୍ତର ସଂକ୍ରାନ୍ତ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି କରିଥିବା ସୁପାରିସକୁ ଅନୁମୋଦନ ମିଳିଛି । ସୂଚନାନୁଯାୟୀ, ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦକୁ ଗ୍ରାମାଞ୍ଚଳରେ ପ୍ରାଥମିକ ସ୍କୁଲ, ହାଇସ୍କୁଲ, ଅଙ୍ଗନୱାଡ଼ି କେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର କୋଠା ରକ୍ଷଣାବେକ୍ଷଣ ଓ ମରାମତି କରିବା ଦାୟିତ୍ୱ ନ୍ୟସ୍ତ ପାଇଁ କ୍ୟାବିନେଟ ଅନୁମୋଦନ ଦେଇଛନ୍ତି।
ଏହି ପ୍ରସ୍ତାବଟି ଯୋଜନା ଓ ସଂଯୋଜନା ବିଭାଗ ପକ୍ଷରୁ ଆସିଥିଲା । ଯାହାକୁ ରାଜ୍ୟ କ୍ୟାବିନେଟ ନିଜର ମୋହର ଲଗାଇଛି । ଅନ୍ୟପଟେ ଅର୍ଥ ବିଭାଗ ମଧ୍ୟ ପଞ୍ଚାୟତିରାଜ ଅନୁଷ୍ଠାନକୁ ଆର୍ଥିକ ଆବଣ୍ଟନ ସଂକ୍ରାନ୍ତ ଏକ ପ୍ରସ୍ତାବ ଆସିଥିଲା ଯାହାକୁ ମଧ୍ୟ ମୋହର ଲଗାଯାଇଛି । ସେହିପରି ଜଳସମ୍ପଦ ବିଭାଗ ପକ୍ଷରୁ ମୋଟ ୫ଟି ପ୍ରସ୍ତାବ ଆସିଥିଲା। ସେଥିରେ ୩ଟି ଜଳସେଚନ ପ୍ରକଳ୍ପ ଟେଣ୍ଡର କାର୍ଯ୍ୟ ମଧ୍ୟ ସାମିଲ ଅଛି। ଏସବୁ ବ୍ୟତୀତ ରାଜସ୍ୱ ବିଭାଗ ପକ୍ଷରୁ ମଧ୍ୟ ଏକ ଏଜେଣ୍ଡାକୁ କ୍ୟାବିନେଟ ଅନୁମୋଦନ ମିଳିଛି। ତେବେ ଏହି ବୈଠକଟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ ।