ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟର ଅର୍ଥନୀତି ଦିନକୁ ଦିନ ବିଗିଡିବାରେ ଲାଗିଛି । ମହାମାରୀ କରୋନା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହେବା ସହ ସମସ୍ତଙ୍କ ଆର୍ଥକ ସ୍ଥିତି ଭୁଷୁଡିବାରେ ଲାଗିଛି । ତେବେ ଭୁଷୁଡି ଯାଇଥିବା ଅର୍ଥନୀତିକୁ ସୁଧାରିବା ପାଇଁ ରାଜ୍ୟ ସରକାର ନିଜର ଅଣ୍ଟା ଭିଡିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରାମୀଣ ଅର୍ଥନୀତିକୁ ସୁଧାରିବା ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । ମହାମାରୀରେ ଗ୍ରମୀଣ ଅର୍ଥନୀତି ଭୁଷୁଡି ପଡିଥିବା ବେଳେ ଏହାର ପୁନଃଉଦ୍ଧାର ନିମନ୍ତେ ମୁଖ୍ୟମନ୍ତ୍ରୀ କୋଭିଡ -୧୯ ସହାୟତା ପ୍ୟାକେଜ ଘୋଷଣା କରିଛନ୍ତି ।
ପ୍ୟାକେଜ ଅନୁଯାୟୀ ଗ୍ରାମୀଣ ଅଣୁ ଏବଂ କ୍ଷୁଦ୍ର ଉଦ୍ୟୋଗର ବିକାଶ ପାଇଁ ଋଣ ଦିଆଯିବ । ସେହିପରି ୪ ପ୍ରକାରର ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜର ବ୍ୟବସ୍ଥା କରାଯାଇଛି । ଗ୍ରାମାଞ୍ଚଳରେ ରହୁଥିବା ଗରିବ ଓ ଅତିଗରିବ ପରିବାର ତଥା ପ୍ରବାସୀ ଫେରନ୍ତାଙ୍କ ଜୀବିକା ବିକାଶ କରିବା ନିମନ୍ତେ ଏହି ପ୍ୟାକେଜ ଘୋଷଣା କରାଯାଇଛି । ପ୍ୟାକେଜରେ ବିଭିନ୍ନ ପ୍ରକାରର ଋଣ ପାଇଁ ଏଥିରେ ବ୍ୟବସ୍ଥା କରାଯାଇଛି । ଏହାଦ୍ୱାରା ଗ୍ରାମୀଣ ଅଣୁ ଓ କ୍ଷୁଦ୍ର ଉଦ୍ୟୋଗ କୁଶଳୀ ଓ ଅର୍ଦ୍ଧକୁଳଳୀ ପ୍ରବାସୀ ଫେରନ୍ତା , କୃଷି ଓ ଅଣ କୃଷିକ୍ଷେତ୍ରରେ କାମ କରୁଥିବା ଉତ୍ପାଦକ ତଥା ଉଦ୍ୟୋଗଗୋଷ୍ଠୀ ମାନେ ଉପକୃତ ହେବ ।
ପ୍ରଥମ ପ୍ୟାକେଜରେ ଗ୍ରାମୀଣ ଅଣୁ ଓ କ୍ଷୁଦ୍ର ଉଦ୍ୟୋଗର ବିକାଶ ପାଇଁ ପ୍ରତ୍ୟେକ ଉଦ୍ୟୋଗୀଙ୍କୁ ୫୦ ହଜାର ଟଙ୍କା ଯାଏଁ ଏକକାଳୀନ ଋଣ ପ୍ରଦାନ କରାଯିବ । ସେହିଭଳି କୃଷି ଓ ଅଣକୃଷିକ୍ଷେତ୍ରରେ ନିୟୋଜିତ ଥିବା ବ୍ୟକ୍ତିଙ୍କୁ ନେଇ ଗଠିତ ଉଦ୍ୟୋଗ ଗୋଷ୍ଠୀ ଓ ଉତ୍ପାଦନ ଗୋଷ୍ଠୀକୁ ଏକକାଳୀନ ଦେଢଲକ୍ଷ ଟଙ୍କା ଯାଏଁ ୠଣ ପ୍ରଦାନ କରାଯିବ ।
ଅତିଗରିବ ଓ ଅସହାୟ ପରିବାରଙ୍କ ଦ୍ୱାରା ପରିଚାଳିତ ଉଦ୍ୟୋଗ ତଥା ଜୀବିକାର ଉନ୍ନତି ନିମନ୍ତେ ୨୦ ହଜାର ଟଙ୍କା ଯାଏଁ ଋଣ ପ୍ରଦାନ । ରାଜ୍ୟକୁ ଫେରିଥିବା କୁଶଳୀ ଓ ଅର୍ଦ୍ଧକୁଶଳୀ ପ୍ରବାସୀଙ୍କ ଦ୍ୱାରା ପୁରୁଣା ଉଦ୍ୟୋଗର ବିକାଶ ଓ ନୂଆ ଉଦ୍ୟୋଗର ଆରମ୍ଭ ପାଇଁ ଲକ୍ଷେ ଟଙ୍କା ଯାଏଁ ଋଣ ପ୍ରଦାନ କରିବାର ବ୍ୟବସ୍ଥା ହୋଇଛି ।
ରାଜ୍ୟ ସରକାର ଘୋଷଣା କଲେ ସ୍ୱତନ୍ତ୍ର କୋଭିଡ-୧୯ ପ୍ୟାକେଜ
Tags #AtrNews #Odisha