ଭୁବବେଶ୍ୱର (ଏଟିଆର ବ୍ୟୁରୋ): ନଭେମ୍ବର ୯ରେ ହୋଇଥିବା ଭୟାନକ ବାତ୍ୟା ବୁଲବୁଲର କ୍ଷୟକ୍ଷତି ଆକଳନ କରିବା ପାଇଁ କେନ୍ଦ୍ରୀୟ ଟିମ ଗୁରୁବାର ଅପରାହ୍ନରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ବୁଲବୁଲ ପଶ୍ଚିମବଙ୍ଗ ଓ ବାଲାଂଦେଶର ସୀମାରେ ଥିବା ସୁନ୍ଦରବନ ଡେଲଟା ଠାରେ ଲ୍ୟାଣ୍ଡଫଲ କରିଥିଲା । ହେଲେ ଓଡ଼ିଶାରେ ଏହାର ପ୍ରଭାବରେ ଅନେକ କ୍ଷୟକ୍ଷତି ହୋଇଥିବାର ଦେଖିବାକୁ ମିଳିଥିଲା । ଉତ୍ତର ଓଡ଼ିଶାରେ ବୁଲବୁଲର ପ୍ରଭାବ ଅଧିକ ଦେଖିବାକୁ ମିଳିଥିଲା ।
ଏହି କ୍ଷୟକ୍ଷତିର ଆକଳନ ପାଇଁ ୭ଜଣିଆ କେନ୍ଦ୍ରୀୟ ଟିମ୍ ଗୁରୁବାର ଅପରାହ୍ନରେ ଓଡ଼ିଶା ଆସିଛନ୍ତି । ଟିମ୍ଟି ଭୁବନେଶ୍ୱରରେ ପହଞ୍ଚିବା ପରେ ଆଜି ଭଦ୍ରକ ଅଭିମୁଖେ ଯାତ୍ରା କରିବାକୁ ଥିବା ବେଳେ ଆସନ୍ତାକାଲି କେନ୍ଦ୍ରାପଡା ଗ୍ରସ୍ତ କରିବେ । ଏହି ସମୟରେ ବୁଲବୁଲ ପ୍ରଭାବରେ ପ୍ରଭାବିତ ହୋଇଥିବା ଅଞ୍ଚଳକୁ ବୁଲି ଦେଖିବେ କେନ୍ଦ୍ରୀୟ ଟିମ । କାଲି କେନ୍ଦ୍ରାପଡ଼ା ଅଞ୍ଚଳ ବୁଲି ଦେଖିବା ପରେ ଭୁବନେଶ୍ୱର ଫେରି ୫.୩୦ରେ ମୁଖ୍ୟ ଶାସନ ସଚିବଙ୍କ ସହ ଏକ ବୈଠକ କରିବେ । ବୈଠକରେ ଏନଡିଆରଏଫରୁ କେତେ ସହାୟତା ମିଳିବ ତାହା ଏହି ବୈଠକରେ ସ୍ଥିର କାରଯିବ ।