ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଆରମ୍ଭ ହେବ ଆସନ୍ତା ୨୧ ତାରିଖରୁ ୧୫ ତମ ଜାତୀୟ ମେଳା । ରାଜଧାନୀ ଭୁବନେଶ୍ୱରର ଜନତା ମଇଦାନରେ ଫେବ୍ରୁଆରୀ ମାସ ୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ମେଳାରେ ଦେଶର ବିଭିନ୍ନ ପ୍ରାନ୍ତରୁ କାରିଗର , ବୁଣାକାର, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ଆଦି ଯୋଗ ଦେବେ । ମନ୍ତ୍ରୀ ପଦ୍ମିନୀ ଦିଆନ କାର୍ଯ୍ୟକ୍ରମମୁ ଉଦ୍ଘାଟନ କରିବେ ।
ଏହି ମେଳାରେ ମୋଟ ୨୫୦ ଟି ଷ୍ଟଲକୁ ଅନୁମତି ମିିଳିଥିବା ବେଳେ ଶିଶୁ ଓ ବୟସ୍କ ଲୋକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ମେଳାରେ ରାଜ୍ୟର ୧୬୭୦ ଟି ଷ୍ଟଲ ଓ ରାଜ୍ୟ ବାହାରର ୮୦ ଟି ଷ୍ଟଲ ପଡିବ । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ସାଂସ୍କୃତିକ କାର୍ଯ୍ୟକ୍ରମ ନହେବା ପାଇଁ ବାରଣ କରାଯାଇଛି ।
ମେଳାକୁ ଆସିବା ସମୟରେ କୋଭିଡ ଗାଇଡ ଲାଇନ ନିୟମ ଅନୁସାରେ ମାସ୍କ ପିନ୍ଧିବା , ସାନିଟାଇଜର ବ୍ୟବହାର କରିବା ଓ ସାମାଜିକ ଦୁରତା ପ୍ରତି ଦୃଷ୍ଟି ଦେବା ଉପରେ କଟକଣା ଲଗାଯାଇଛି ।