ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଜି ସରୁଛି ଦ୍ୱିତୀୟ ପର୍ଯ୍ୟାୟର ୠଳ ଡାଉନର ଅବଧି । ଆସନ୍ତାକାଲି ଠାରୁ ଆରମ୍ଭ ହେବ ତୃତୀୟ ପର୍ଯ୍ୟାୟ ଲକ ଡାଉନ । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂତନ ଗାଇଡ ଲାଇନ ଦିଆଯାଇଛି । ତେବେ ତୃତୀୟ ପର୍ଯ୍ୟାୟରେ ବିଭିନ୍ନ ଜିଲ୍ଲାକୁ ସଂକ୍ରମଣର ହାର ଦେଖି ତିନୋଟି ଜୋନରେ ବିଭକ୍ତ କରାଯାଇଛି ।
ଏହି ଅବସରରେ ଗ୍ରୀନ ଜୋନ ଓ ଅରେଞ୍ଜ ଜୋନରେ କେତେକ ନିୟମରେ କୋହଳ କରାଯାଇଛି । ଗ୍ରୀନ ଜୋନ ଓ ଅରେଞ୍ଜ ଜୋନରେ କିଛି ନିର୍ଦ୍ଧିଷ୍ଟ ସର୍ତ୍ତ ଅନୁସାରେ ମଦ ଦୋକାନ ଖୋଲିବାକୁ ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଯାହାକୁ ଏବେ ବିଭିନ୍ନ ମହଲରେ ବିରୋଧ କରାଯାଉଛି । ତେବେ ଏନେଇ ରାଜ୍ୟ ମଦବିକ୍ରେତା ଆସୋସିଏସନ ମଧ୍ୟ ସୂଚନା ଦେଇଛି ସେମାନେ ଏହି ଲକ ଡାଉନ ପିରିୟଡ ମଧ୍ୟରେ ମଦ ଦୋକାନ ଖୋଲିବାକୁ ଇଚ୍ଛା ପ୍ରକାଶ କରୁ ନାହାନ୍ତି । ଏନେଇ ମଦ ଦୋକାନୀ ସଂଘ ସରକାରଙ୍କ ନିକଟରେ ଦାବି କରିଛନ୍ତି ଏବେ ମଦ ଦୋକାନ ନଖୋଲିବାକୁ ।
ଏନେଇ ସଂଘର ସଭାପତି ପ୍ରଭାତ ଦାସ କହିଛନ୍ତି ମଦ ଦୋକାନ ମନ୍ଦ ଯୋଗୁ ପ୍ରତିମାସରେ ୪୦୦ କୋଟି ଟଙ୍କା କ୍ଷତି ହେଉଛି । ଲକ ଡାଉନରେ ପାଖାପାଖି ୬୦୦ ଟଙ୍କାରୁ ଅଧିକ କ୍ଷତି ହୋଇ ସାରିଲାଣି । ମାତ୍ର ମଦଠାରୁ ଲୋକଙ୍କ ଜୀବନ ଗୁରୁତ୍ୱପୂର୍ଣ୍ଣ ।