ସମ୍ବଲପୁର (ଏଟିଆର ବ୍ୟୁରୋ): ହୀରାକୁଦ ଜଳଭଣ୍ଡାରରେ ବୃଦ୍ଧି ପାଉଛି ଜଳସ୍ତର । ଉପରମୁଣ୍ଡରେ ଲଗାଣ ବର୍ଷା ହେତୁ ଜଳଭଣ୍ଡାରକୁ ଜଳ ପ୍ରବେଶର ମାତ୍ରା ବୃଦ୍ଧି ପାଉଛି । ଆଜି ସକାଳୁ ପ୍ରତି ସେକେଣ୍ଡରେ ୧,୫୬,୨୦୭ ଘନଫୁଟ ବନ୍ୟାଜଳ ଡ୍ୟାମ ଭିତରକୁ ପ୍ରବେଶ କରୁଛି । ସେହିପରି ୫ ଟି ଗେଟ ଦେଇ ୧,୧୬,୮୭ ଘନଫୁଟ ବନ୍ୟା ଜଳ ନିଷ୍କାସନ କରାଯାଉଛି ।
ଏବେ ଡ୍ୟାମ ଭିତରକୁ ଅଧିକ ବନ୍ୟାଜନ ପ୍ରବେଶ କରୁଛି । ଯାହାଫଳରେ ଜଳସ୍ତର ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଅଧିକ ଗେଟ୍ ଖୋଲିବାର ସମ୍ଭାବନା ଥିବାରୁ ଡ୍ୟାମ କର୍ତ୍ତୃପକ୍ଷଙ୍କ ପକ୍ଷରୁ ତଳିଆ ଜିଲ୍ଲାମାନଙ୍କୁ ଆଲର୍ଟ କରାଯାଇଛି ।