ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଆଗମନ ହୋଇଛି ଶୀତ ର ଲହରୀ ।ସକାଳର ହାଲୁକା ଥଣ୍ଡା ପବନ ବହିବାକୁ ଲାଗିଲାଣି । ରାଜ୍ୟର ବିଭିନ୍ନ ଅଞ୍ଚଳରେ ଶୀତ ଅନୁଭୂତ ହେଉଛି । ଉପକୂଳ ଓଡ଼ିଶାରେ ମଧ୍ୟ ଶୀତର ତାପମାତ୍ରା ୨୦ଡ଼ିଗ୍ରୀ ତଳକୁ ଖସିବାକୁ ଲାଗିଲାଣି ଦାରିଙ୍ଗବାଡ଼଼ୀ ଓ ଫୁଲବାଣୀ ରେ ତାପମାତ୍ରା ୧୦.୫ ଡ଼ିଗ୍ରୀ ସେଲସିୟସ ରହିଛି । ଭୁବନେଶ୍ୱର ଓ କଟକ ରେ ଶୀତ ଅନୁଭୂତ ହେଉଛି । କଟକ ରେ ତାପମାତ୍ରା ୧୬.୮ ଡ଼ିଗ୍ରୀ ରହିଥିବା ବେଳେ ଭୁବନେଶ୍ୱର ରେ ତାପମାତ୍ରା ୧୭ ଡ଼ିଗ୍ରୀ ସେଲସିୟସ ରହିଛି ।ଆସନ୍ତା ୧୧ ଓ ୧୨ ତାରିଖ ମଧ୍ୟରେ ତାପମାତ୍ରା ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି ।
ଡ଼କ୍ଟର ସୁରେନ୍ଦ୍ରନାଥ କହିଛନ୍ତି ଉପକୂଳବର୍ତ୍ତୀ ଜିଲ୍ଲାରେ ୮ ତାରିଖରେ ତାପମାତ୍ରା ସର୍ବନିମ୍ନ ୧ଡ଼ିଗ୍ରୀ ସେଲସିୟସ କୁ ଖସିପାରେ । ଓଡ଼ିଶା ଉପକୂଳ ରେ ରହିବା ହେତୁ ୧୧ ଓ ୧୨ ତାରିଖରେ ସମସ୍ତ ଉପକୂଳ ମେଘାଛନ୍ନ ରହିବ । ସେହିପରି ସମ୍ବଲପୁର ରେ ୧୪.୭ଡ଼ିଗ୍ରୀ ,ଅନୁଗୁଳ ରେ ୧୧ ଡ଼ିଗ୍ରୀ , କେନ୍ଦୁଝରରେ ୧୩.୮ ଡ଼ିଗ୍ରୀ , ଭବାନୀପାଟଣାରେ ୧୨.୨ ଡ଼ିଗ୍ରୀ , ଝାରସୁଗୁଡ଼ାରେ ୧୩ଡ଼ିଗ୍ରୀ ପାରଦ ରହିଛି । ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକ ମେଘୁଆ ରହିବା ହେତୁ ଅଧିକାଂଶ ସ୍ଥୀନରେ ବର୍ଷା ହେବାର ସମ୍ଭାବନା ରହିଛି ।ଏଥି ସହିତ ବାକି ଅଞ୍ଚଳରେ ହାଲୁକା ବର୍ଷା ମଧ୍ୟ ହୋଇପାରେ । ଉତ୍ତର ଭାରତ ପଟୁ ଥଣ୍ଡା ପବନ ବହିବାକୁ ପ୍ରାୟତଃ ଏକ ସପ୍ତାହ ଲାଗିବ ବୋଲି ଅନୁମାନ କରାଯାଉଛି ।