ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ ପ୍ରଦ୍ୟୋଗିକ ସଂସ୍ଥାନ (ଆଇଆଇଟି) ର ଛାତ୍ରୀଛାତ୍ରୀ କରୋନା ମହାମାରୀ ସଂକ୍ରମିତର ପରୀକ୍ଷା ପାଇଁ ଦୁନିଆର ସବୁଠାରୁ ବଡ ଟେଷ୍ଟିଂ ଲ୍ୟାବ ନିର୍ମାଣ କରିବାର ନିର୍ଣ୍ଣୟ ନେଇଛନ୍ତି । ମୁମ୍ବାଇରେ କରୋନା ପରୀକ୍ଷା ପାଇଁ ଏକ ମେଗା ଲ୍ୟାବ ନିର୍ମାଣର ନିଷ୍ପତି କରିଛି ଆଇଆଇଟି ଏଲୁମନାଇ କାଉଁସିଲ । ଯାହାଦ୍ୱାରା ପ୍ରତ୍ୟେକ ମାସରେ ଏକ କୋଟି ଲୋକଙ୍କର ଟେଷ୍ଟ ହୋଇପାରିବ । କାଉଁସିଲର ଅଧ୍ୟକ୍ଷ ରବି ଶର୍ମା କହିଛନ୍ତି କି, ଦୁନିଆରେ କରୋନା ଟିକା ପ୍ରସ୍ତୁତି ପାଇଁ ପ୍ରୟାସ ଚାଲିଛି । ମୁମ୍ବାଇରେ ଏକ ବିଶାଳ ଲ୍ୟାବ ତିଆରି କରିବା ଲାଗି ବିଷାଣୁ ବୈଜ୍ଞାନିକ ଏବଂ ବିଶେଷଜ୍ଞଙ୍କ ସହ ସମ୍ପର୍କ କରି କାଉଁସିଲ ନିଷ୍ପତି ନେଇଛି ।
ସେଥିପାଇଁ ଗ୍ଲୋବାଲ ପାଟନର୍ସର ଅନୁସନ୍ଧାନ ଜାରି ରହିଛି ଏବଂ ସେମାନଙ୍କୁ ଆମନ୍ତ୍ରିତ କରାଯାଉଛି । ଆଇଆଇଟି ର ପାଖାପାଖି ଏକ ହଜାର ପୁରାତନ ଛାତ୍ରଛାତ୍ରୀ ସାରା ଦୁନିଆରେ ନିଜ ସ୍ତର ଉପରେ ପ୍ରୟାସ କରି ଏହି ମହତ୍ୱପୂର୍ଣ୍ଣ ପରିଯୋଜନାକୁ ପୁରା କରିବାରେ ଲାଗି ପଡିଛନ୍ତି । ଏହି ଲ୍ୟାବରେ ରୋବର୍ଟ ଟେକ୍ନୋଲୋଜିର ବି ବ୍ୟବହାର କରାଯିବ । ଭବିଷ୍ୟତରେ ଏହି ଲ୍ୟାବରେ ପ୍ରତ୍ୟେକ ମାସରେ ୧୦ କୋଟି ଲୋକଙ୍କ ଟେଷ୍ଟ ସୁବିଧା ବିକସିତ ହେବ ।