ରାୟଗଡା (ଏଟିଆର ବ୍ୟୁରୋ); ମିଳିଲା ମା ମାଣିକେଶ୍ୱରୀଙ୍କ ମୁକୁଟ । ଚୋରୀ କରିଥିବା ଅଭିଯୁକ୍ତକୁ ଧରିଛି ପୋଲିସ । ତେବେ ଚୋର ଜଣେ ଜରି ଗୋଟାଳି ବୋଲି ଜଣାପଡିଛି । ରାୟଗଡା ଜିଲ୍ଳା ଥେରୁବାଲି ନିକଟସ୍ଥ ଖେଦାପଡା ମାଣିକେଶ୍ୱର ମନ୍ଦିରରୁ ଶୁକ୍ରବାର କେହି ଦୁର୍ବୃତ୍ତ ମାଙ୍କ ଅଷ୍ଟଧାତୁ ନିର୍ମିତ ମୁକୁଟ ଚୋରି କରିନେଇଥିବା ସ୍ଥାନୀୟ ଅଞ୍ଚରେ ଚର୍ଚ୍ଚା ହୋଇଥିଲା । ଏଣୁ ଏହାକୁ ନେଇ ପୋଲିସ ତନାଘନା କରିଥିଲା । ପରେ ପୋଲିସ ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇଛି ।
ସୂଚନା ଅନୁଯାୟୀ ଶୁକ୍ରବାର ପୂଜାରୀ ପୂଜା କରିସାରି ଥାଳି ଧୋଇବା ପାଇଁ ବାହାରକୁ ଆସିଥିଲେ । ସେହି ସମୟରେ ଜଣେ ଜରି ଗୋଟାଳି ମନ୍ଦିର ଭିତରେ ପଶି ମାଙ୍କ ଅଷ୍ଟଧାତୁ ନିର୍ମିତ ମୁକୁଟକୁ ନେଇ ପଳାଇଥିଲା । ନନା ମନ୍ଦିର ଭିତରେ ପଶି ଦେଖିବା ବେଳକୁ ମୁକୁଟ ନଦେଖି ସ୍ଥାନୀୟ ଲୋକଙ୍କୁ କହିଥିଲେ । ଏହାପରେ ପୋଲିସ ଖବର ଦେଇଥିଲେ ନନା । ଖବର ପାଇ ପୋଲିସ ଆସିବା ପରେ ତଦନ୍ତ ଆରମ୍ଭ କରିଥିଲା ।