ଭୁବନେଶ୍ୱର(ଏଟିଆର ବ୍ୟୁରୋ): ମହାନଦୀ କୂଳରେ ସାତକୋଶିଆ ଗଣ୍ଡ ବ୍ୟତୀତ ଅନ୍ୟ ୫ ଟି ଜିଲ୍ଲା ରେ ଉଦଘାଟନ ହେବ ଇକୋ – ରିଟ୍ରିଟ୍ । କଟକ ଜିଲ୍ଲା ନରସିଂହପୁର କମଳାଡିହ ଗ୍ରାମ ପଂଚାୟତ ବାଲିପୁଟର ମହାନଦୀ କୂଳରେ ରହିଛି ଏହି ସାତକୋଶିଆ ଗଣ୍ଡ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭଚ୍ଚୁଆଲ ମାଧ୍ୟମରେ ଏହାର ଉଦଘାଟନ କରିବେ ।
ଏଥିରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ , ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଉଦଘାଟନ କରିବେ । ଚଳିତବର୍ଷ ଏହା କୋଣାର୍କ ସମେତ ସାତକୋଶିଆ, ହୀରାକୁଦ, ଭିତରକନିକା ଓ ଦାରିଙ୍ଗବାଡିରେ ମଧ୍ୟ ଆରମ୍ଭ ହେବାକୁ ଯାଉଛି ।
ରାଜ୍ୟ ପର୍ଯ୍ୟଟକ ବିଭାଗ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି ଫେଷ୍ଟିଭାଲର ପ୍ରସ୍ତୁତି କାର୍ଯ୍ୟକୁ ପର୍ଯ୍ୟଟକ ବିଭାଗ ନିର୍ଦେଶକ ସଚିନ ରାମଚନ୍ଦ୍ରନ ଯାଦବ ଓ ପୁରୀ ଜିଲ୍ଲାପାଳ ବଲଓ୍ୱନ୍ତ ସିଂହ ସମୀକ୍ଷା କରୁଥିଲେ ।
ଫେବ୍ରୁଆରୀ ୨୮ ପର୍ୟ୍ୟନ୍ତ ହେବାକୁ ଥିବା ଏହି ଇକୋ-ରିଟ୍ରିଟ ପାଇଁ ଅନଲାଇନରେ ବୁକିଂ କରିହେବ । ଚଳିତ ବର୍ଷ ୩ ମାସ ପାଇଁ ୫୦ଟି କଟେଜରେ ପର୍ୟ୍ୟଟକ ମାନେ ରହିବାର ବ୍ୟବସ୍ଥା କରାଯାଇଛି ।
ବିଦେଶୀ ପର୍ୟ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ପର୍ଯ୍ୟଟକ ବିଭାଗ ଏଭଳି ନିଆରା ପ୍ରୟାସ ଆରମ୍ଭ କରିଛି ।