ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପୁଣି ରାଜ୍ୟର ଆଉ ଏକ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି । ଏହା ଓଡିଶାର ତୃତୀୟ କରୋନା ଚିହ୍ନଟ । କରୋନା ପଜିଟିଭି ବ୍ୟକ୍ତି ଜଣଙ୍କ ଭୁବନେଶ୍ୱରର ବୋଲି ଜାଣିବାକୁ ମିଳିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।
One more sample has tested positive for @COVID19 in the State. This makes the number of positive cases 3 and all are from Bhubaneswar.
— H & FW Dept Odisha (@HFWOdisha) March 26, 2020
ପୂର୍ବରୁ ଓଡିଶାରେ ଦୁଇଟି କରୋନା ପଜିଟିଭି କେସ୍ ଚିହ୍ନଟ ହୋଇଥିଲା । ଏହାସହିତ ସେହି ଦୁଇଟି ରୋଗୀଙ୍କ ସ୍ୱାସ୍ଥ୍ୟ ଧୀରେ ଧୀରେ ଠିକ୍ ହେଉଥିବାରୁ ଲୋକଙ୍କୁ ଟିକେ ଆଶ୍ୱସ୍ତି ମିଳିଥିଲା । କିନ୍ତୁ ଆଜି ଆଉ ଜଣେ କରୋନା ରୋଗୀ ଚିହ୍ନଟ ହେବା ପରେ ରାଜ୍ୟରେ ଆହୁରୀ ଭୟର ବାତା ବରଣ ଖେଳି ଯାଇଛି ।
The latest @COVID19 positive case in the State is a 60 years old male. Contact tracing exercise has commenced.
— H & FW Dept Odisha (@HFWOdisha) March 26, 2020
କରୋନା ପାଇଁ ଲକ୍ ଡାଉନ୍ ଘୋଷଣା ହୋଇଥିବା ବେଳେ ବାରମ୍ବାର ସରକାରଙ୍କ ପକ୍ଷରୁ ସତ୍ତକର୍ତ୍ତ ହେବା ପାଇଁ କୁହାଯାଉଛି । ଏହାସହିତ ଘରେ ରୁହନ୍ତୁ ଏବଂ ସୁସ୍ଥରୁ ରୁହନ୍ତୁ ବୋଲି କୁହାଯାଉଥିବା ବେଳେ ଏହାକୁ କିଛି ଲୋକ ମାନୁ ନାହାନ୍ତି । ଯେଉଁଥି ପାଇଁ ସରକାରଙ୍କ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।