ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଟ୍ରେନରେ ଯାତ୍ରୀଙ୍କ ସୁବିଦ୍ଧା ଲାଗି ପ୍ରଥମେ ଟ୍ରେନ ଭିତରକୁ ବୁଲା ବେପାରୀଙ୍କୁ ବେପାର କରିବାକୁ ବାରଣ କରାଯାଇଥିବା ବେଳେ ଏବେ ଟ୍ରନ ଭିତରକ୍ୁ କିନ୍ନରଙ୍କୁ ବାରଣ କରାଯାଇଛି । ଏନେଇ ରେଲୱେ କତ୍ତୃପକ୍ଷ ଆରପିଏଫ ଓ ରେଳ ବାଇ ପୁଲିସକୁ ନେଇ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ହୋଇଥିବା ଏହି ବୈଠକର ନିଷ୍ପତ୍ତି ଅନୁରସାରେ ପ୍ରଥମେ କିନ୍ନର ମାନଙ୍କ ସହିତ ଏନେଇ ଆଲୋଚନା କରାଯିବ । ସେମାନେ ରେଳରେ ଯାତ୍ରୀଙ୍କୁ ଟଙ୍କା ନମାଗିବା ପାଇଁ ବୁଝା ଯିବ ।
ତେବେ ସେମାନେ ଯଦି ଏହାକୁ ନମାନି ପୁଣି ପୂର୍ବଭଳି ଭିକ୍ଷାବୃତ୍ତି କରନ୍ତି ତେବେ ଏନେଇ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ସେମାନେ ଟ୍ରେନରେ ଯାତ୍ରା କରି ପାରିବେ ହେଲେ ଟଙ୍କା ମାଗି ପାରିବେ ନାହିଁ ।
କେବଳ ସେତିକି ନୁହେଁ ଟ୍ରେନରୁ ଯାତ୍ରୀଙ୍କୁ ଲୁଟେରାଙ୍କ କବଳରୁ ରକ୍ଷା କରିବା ପାଇଁ ଏକ ୱାଟ୍ସଆପ ଟିମ ଗଠନ କରାଯିବ ବୋଲି କୁହାଯାଇଛି । ଜିଆରପିଏଫ ଓ ରେଲୱେ ପୁଲିସକୁ ନେଇ ଏହି ଟିମ ଗଠନ କରାଯିବ ବୋଲି ସୂଚନା ମିଳିଛି । ସେହିଭଳି ଟ୍ରେନ ଭିତରେ ଲୁଟ ଏବଂ ଛିନତାଇ ଭଳି ମାରଣାସ୍ତ୍ର ନେବା ଆଣିବା ଉପରେ ସ୍ୱତନ୍ତ୍ର ନଜର ରଖାଯିବ । ସେହିଭଳି ପୁରୀ ରଥଯାତ୍ରା ପାଇଁ ମଧ୍ୟ ସତନ୍ତ୍ର ବ୍ୟବସ୍ଥା ଉପରେ ଧ୍ୟାନ ଦେବା ପାଇଁ ଆଲୋଚନା ହୋଇଥିଲା ।