ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଜି ତୃତୀୟ ପର୍ଯ୍ୟାୟ ଭାଗ୍ୟ ପରୀକ୍ଷା । ଦୁଇିଟି ପର୍ଯ୍ୟାୟ ନିର୍ବାଚନ ସରିଯାଇଥିବା ବେଳେ ଆଜି ତୃତୀୟ ପର୍ଯ୍ୟାୟରେ ବହୁ ହେବିୱେଟ ନେତାଙ୍କ ଭାଗ୍ୟ ସିଲ ହେବ ଇଭିଏମ ରେ । ଆଜି ରାଜ୍ୟରେ ମୋଟ ୬ ଟି ଲୋକସଭା ସମେତ ୪୨ ଟି ବିଧାନସଭା କ୍ଷେତ୍ର ପାଇଁ ମତଦାନ ଗ୍ରହଣ କରାଯିବ । ପୁରୀ, ଭୁବନେଶ୍ୱର, ସମ୍ବଲପୂୁର, କଟକ, ଢେଙ୍କାନାଳ, କେଉଁଝର ସଂସଦୀୟ କ୍ଷେତ୍ର ସହିତ ତା ଅଧିନ ବିଧାନସଭା ଆସନ ଗୁଡିକରେ ନିର୍ବାଚନ କରାଯିବ ।
ସେହିଭଳି ଆଜି ୯୨ ଲକ୍ଷ ୫୬ ହଜାର ୯୨୨ ଜଣ ମତଦାତା ଗଣତନ୍ତ୍ରର ଏହି ମହାପର୍ବରେ ଭାଗନେଇ ସେମାନଙ୍କ ମ୍ୂଲ୍ୟବାନ ମତ ଦେବେ । ୪୪ ଲକ୍ଷ ୫୬ ହଜାର ୭୨୯ ଜଣ ମହିଳା ଓ ୪୭ ଲକ୍ଷ ୯୯ ହଜାର ୩୦ ଜଣ ପୁରୁଷ, ୧ ହଜାର ୧୬୩ ଜଣ ଅନ୍ୟାନ୍ୟ ଭୋଟର ସେମାନଙ୍କ ମୂଲ୍ୟବାନ ମତଦାନ କରିବେ । ଏହି ପର୍ଯ୍ୟାୟରେ ୧୦ ହଜାର ୪୬୪ ଟି ମତଦାନ କେନ୍ଦ୍ର ବା ବୁଥ କରାଯାଇଛି । ସେହିଭଳି ଦେଖାଯାଉଥିବା ଇଭିଏମ ତୃଟିକୁ ରୋକିବା ପାଇଁ ନିର୍ବାଚନ କମଶନଙ୍କ ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।
ଚଳିତ ପର୍ଯ୍ୟାୟ ପାଇଁ ସୁରକ୍ଷା ବ୍ୟବସ୍ଥା ମଧ୍ୟକଡାକଡି କରାଯାଇଛି । ୩୮ ଟି ମହିଳା ପୋଲି ବୁଥ ମଧ୍ୟ କରାଯାଇଛି । ସେହିଭଳି ଯଦି ଭୁବନେଶ୍ରକୁ ନଜର ପକାଇବା ଭୁବନେଶ୍ୱର ଲୋକସଭା ଅସନ ସହିତ ପାଞ୍ଚ ବିଧାନସଭା ଆସନ ପାଇଁ ମତଦାନ ଗ୍ରହଣ କରାଯିବ । ଭୁବନେଶ୍ୱରରେ ମୋଟ ୧୨ ଲକ୍ଷ ୪୧ ହଜାର ୩୯୬ ଜଣ ଭୋଟର ମତଦାନ କରିବେ । ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ମୋଟ ୧ ହଜାର ୧୫୬ ଟି ବୁଥ କରାଯାଇଛି । ସକାଳ ୭ ଟାରୁ ମତଦାନ ଆରମ୍ଭ