ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଦୁନିଆର ସବୁଠାରୁ ସାଇବେରିଆ ଶୀତଳ ସ୍ଥାନ ଭାବେ ପରିଗଣିତ ହୁଏ । ବିଶ୍ୱର ସବୁଠାରୁ ଥଣ୍ଡା ବିଦ୍ୟାଳୟ ଭାବେ ଏହା ପରିଚତ । ଏହାର ତାପମାତ୍ରା ମାଇନସ ୫୦ ଡିଗ୍ରୀ ସେଲସିୟସ ଥାଏ ।ଏତେ ଥଣ୍ଡା ସହର ହୋଇଥିବା ସତ୍ତେ୍ୱ ଛୋଟ ପିଲାମାନେ ଏହି ବିଦ୍ୟାଳୟକୁ ପାଠ ପଢିବା ପାଇଁ ଆସିଥାନ୍ତି ।
ଏଠାରେ ତାପମାତ୍ରା ମାଇନସ ୫୨ ଡିଗ୍ରୀ କିମ୍ବା ତାଠାରୁ କମ ହେଲେ ୧୧ବର୍ଷ କିମ୍ବା ତାଠାରୁ କମ ବୟସର ପିଲାମାନଙ୍କ ପାଇଁ ବିଦ୍ୟାଳୟ ବନ୍ଦ ହୋଇଥାଏ ।
ଏହି ବିଦ୍ୟାଳୟ ଓମିଆକନ ରେ ଅବସ୍ଥିତ । ଏଠାରେ ଡାକଘର ଏବଂ ବ୍ୟାଙ୍କ ପରି କୋ÷ଣସି ସୁବିଧା ନାହିଁ । ଷ୍ଟାଲିନଙ୍କ ସମୟରେ ଏହି ବିଦ୍ୟାଳୟ ୧୯୩୨ ମସିହାରେ ନିର୍ମିତ ହୋଇଥିଲା । ଏହି ବିଦ୍ୟାଳୟକୁ ଅଧ୍ୟୟନ କରିବା ପାଇଁ ଖାରା ତୁମୁଲ ଏବଂ ବେରେଗ ୟୁର୍ଡେ ଗାଁର ପିଲାମାନେ ଅଧ୍ୟୟନ କରିବାକୁ ଆସନ୍ତି ।
ଏଠାରେ କରୋନା ସଂକ୍ରମଣର ଭୟ ଦେଖାଦେବାରୁ ପିଲାମାନଙ୍କୁ ସ୍କୁଲ ଯିବା ପୂର୍ବରୁତାଙ୍କର ତାପମାତ୍ରା ଯାଞ୍ଚକରାଯାଇଥାଏ ।ମାଇନସ ୫୦ ଡିଗ୍ରୀ ରୁ କମ ତାପମାତ୍ରାରେ ହାଇପୋଥର୍ମିଆର ବିପଦ ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଥାଏ । ଯେଉଁଥିରେ ଶରୀରର ତାପମାତ୍ରା ଅତି ଶୀଘ୍ର ହ୍ରାସ ପାଇଥାଏ ।