ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆସନ୍ତା ୨୯ ତାରିଖରେ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ତାହାପୂର୍ବରୁ ମାହାମାରୀ କରୋନା ପାଇଁ ସମସ୍ତ ପ୍ରକାରର ସୁରକ୍ଷା ବ୍ୟବସ୍ଥାକୁ ଗ୍ରହଣ କରାଯାଇଛି । ଚଳିତବର୍ଷର ବିଧାନସଭାର ମୌସୁମୀ ଅଧୀବେଶନ ସମ୍ପୂର୍ଣ୍ଣ ସଂସଦ ଢାଞ୍ଚାରେ ଚାଲିବ । ସେହିପରି ପ୍ରଶ୍ନକାଳକୁ ଛାଡି ଦେଲେ ଅନ୍ୟ ସମସ୍ତ କାର୍ୟ୍ୟସୂଚୀ ଅନୁସାରେ ଶୂନ୍ୟକାଳ, ମୁଲତବୀ ପ୍ରସ୍ତାବ, ମୋସନ, କଲିଂ ଆଟେନସ୍ ଆଦି ସବୁ ରହିବ ।
ଏହାସହ ସମସ୍ତ ବିଧାନସଭା ଗୃହରେ ବସିବାକୁ ଥିବା ବିଧାୟକଙ୍କ ମଧ୍ୟରେ ୪ଫୁଟର ଦୂରତା ରହିବ । ଖାଲି ସେତିକି ନୁହେଁ ଦର୍ଶକ ଗ୍ୟାଲେରୀରେ ବି ବିଧାୟକ ବସିବେ । ମୌସୁମୀ ଅଧିବେଶନରେ ୧୪୫ଟି ସିଟ୍ ପ୍ରସ୍ତୁତ ରଖାଯାଇଛି । ସଂସଦ ଭଳି ବିଧାନସଭାରେ ମଧ୍ୟ ସମସ୍ତ ବିଧାୟକଙ୍କ ଆଗରେ ସିଲଡ୍ କାଚ କାନ୍ଥ ରହିଛି । ଯେଉଁ ବରିଷ୍ଠ ବିଧାୟକମାନେ ଆସିପାରିବେ ନାହିଁ , ସେମାନେ ଆଗରୁ ସୂଚନା ଦେବେ ।
ଜିଲ୍ଲା ମୁଖ୍ୟାଳୟ କିମ୍ବା ନିଜ ଘରେ ହେଉ ଆବ ଓକାକରେ ଭିଡିଓ କନଫରେନ୍ସିଂରେ ମୌସୁମୀ ଅଧିବେଶନରେ ସାମିଲ ହୋଇପାରିବେ ବୋଲି ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି । ଏହାସହ ମହାମାରୀ କାରଣରୁ କୌଣସି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ବିଧାନସଭା ଭିତରକୁ ପ୍ରବେଶର ଅନୁମତି ମିଳିବ ନାହିଁ ।
ସମ୍ପୂର୍ଣ୍ଣ ସଂସଦ ଢାଞ୍ଚାରେ ବସିବ ବିଧାନସଭା, ବିଧାୟକଙ୍କ ସମ୍ମୁଖରେ ଲାଗିବ କାଚ
Tags #AtrNews #Odisha