ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସୁରୁଖୁରୁରେ ବିଧାନସଭା ଚଲାଇବା ପାଇଁ ବାଚସ୍ପତି ବିକ୍ରମ ଆରୁଖଙ୍କ ଅଧ୍ୟକ୍ଷତାରେ ବସିଥିବା ସର୍ବଦଳୀୟ ବୈଠକ ଶେଷ ହୋଇଛି । ଦୈନିକ ୬ ଘଣ୍ଟା ଗୃହ ଚାଲିବା ନେଇ ସୂଚନା ଦେଇଛନ୍ତି ବାଚସ୍ପତି ।
ପୂର୍ବରୁ ୫ ଘଣ୍ଟା ଗୃହ ଚାଲୁଥିବା ବେଳେ ଏବେ ୬ ଘଣ୍ଟା ଚାଲିବ । କୋଭିଡ କଟକଣା ମଧ୍ୟରେ ଦୁଇଟି ପର୍ଯ୍ୟାୟରେ ଚାଲିବ ଗୃହ । ପ୍ରଥମ ପର୍ଯ୍ୟାୟ ୧୦ ଟା ୩୦ରୁ ୧ଟା ଯାଏଁ ଚାଲିବାକୁ ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ଅପରାହ୍ନ ୪ଟାରୁ ସନ୍ଧ୍ୟା ୭ଟା ଯାଏଁ ଚାଲିବ । ଜୁଲାଇ ୨ ରୁ ଅଗଷ୍ଟ ୪ ଯାଏଁ ମୋଟ ୨୪ଟି କାର୍ଯ୍ୟ ଦିବସରେ ଚାଲିବ ବିଧାନସଭା ।