ବରଗଡ(ଏଟିଆର ବ୍ୟୁରୋ):ସରକାର କରୋନା ମହାମାରୀ କାଳରେ ବିଭିନ୍ନ ପର୍ବପର୍ବାଣୀ ଉପରେ ରୋକ ଲଗାଉଥିବା ବେଳେ ଏବେ ଆଉ ଏକ ବିଶ୍ୱ ପ୍ରସିଦ୍ଧ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । କରୋନା ମହାମାରୀ ପାଇଁ ବନ୍ଦ ରହିବ ମୁକ୍ତାଆକାଶ ରଙ୍ଗମଞ୍ଚରେ ହେଉଥିବା ଧନୁଯାତ୍ରା । ଚଳିତ ବର୍ଷ ୨୦୨୧ ମସିହା ଜାନୁଆରୀ ୧୮ ତାରିଖରେ ୭୨ ତମ ଧନୁଯାତ୍ରା ଆୟୋଜନ ବାତିଲ ହୋଇଥିବା ନେଇ ବରଗଡ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ଦାସ ସୂଚନା ଦେଇଛନ୍ତି ।
ସାରା ରଜ୍ୟରେ କରୋନା ସଂକ୍ରମଣ ବଢୁଥିବା ବେଳେ ଏବେ ଧିରେ ଧିରେ ସ୍ଥତି ରେ ସୁଧାର ଆସିବାରେ ଲାଗିଛି । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଧନୁଯାତ୍ରା ନେଇ ଏକ ଗରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏହି ବୈଠକରେ ଧନୁଯାତ୍ରାରେ ଶ୍ରଦ୍ଧାଳୁଙ୍କ ଜନଗହଳି ନେଇ ଚଳିତ ବର୍ଷ ଧନୁଯାତ୍ରା ବନ୍ଦ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି ।
ପ୍ରତିବର୍ଷ ବରଗଡ ଧନୁଯାତ୍ରା ଦେଖିବା ପାଇଁ ଲୋକଙ୍କ ଗହଳି ଲାଗିଥାଏ । ବିଶ୍ୱର ସବୁଠାରୁ ବଡ ମୁକ୍ତାକାଶ ରଙ୍ଗମଞ୍ଚରେ ଅଭିନୟ କରିଥାନ୍ତି କଳାକାରମାନେ । ରାଜ୍ୟ ଓ ଦେଶର ବିଭିନ୍ନ କୋଣରୁ ସାଂସ୍ଖୃତିକ ଦଳ ଆସି ମଂଚରେ ନୃତ୍ୟ ପରିବେଶଣ ମଧ୍ୟ କରିଥାନ୍ତି ।
ଦେବକୀ ବାସୁଦେବଙ୍କ ବିବାହ ଉତ୍ସବ, ଦୈବବାଣୀରେ କଂସଙ୍କ ମନରେ ଭୟ ସଂଚାର , ଦେବକୀ – ବାସୁଦେବଙ୍କ କାରାବରଣ ଏବଂ ଯୁବରାଜ କଂସଙ୍କ ସିଂହାସନ ଆହୋରଣ ଭଳି ଦୃଶ୍ୟ ଏହି ମଂଚରେ ପରିବେଶଣ କରିଥାନ୍ତି କିନ୍ତିୁ ଏ ବର୍ଷ କରୋନା କଟକଣା ପାଇଁ ସବୁ ଜିଛି ବନ୍ଦ ରହିଛି ।