କଟକ (ଏଟିଆର ବ୍ୟୁରୋ): ଏଥର ବାଲିଯାତ୍ରାରେ ଦେଖାଦେବନି ନେଟୱର୍କ ସମସ୍ୟା । ଉପଲବ୍ଧ ହେବ ଅତ୍ୟାଧୁନିକ ଟେଲିକମ୍ ସେବା । ଟେଲିକମ ବିଭାଗ ପକ୍ଷରୁ ଯାତ୍ରା ପଡିଆରେ ୫ଜି ସେବା ଉପଲବ୍ଧ କରାଯିବ । ଯାହାଫଳରେ ନିରବଚ୍ଛିନ ଟେଲି ସେବା ପାଇ ପାରିବେ ଲୋକେ ।
ଯାତ୍ରା ପଡିଆରେ ୩ଟି କାଓ ଟାୱାର ଲାଗିବ । ସେଥିରୁ ୨ ଟି ଟାୱାର ଲାଗି ସାରିଥିବା ବେଳେ ବାକି ଏକ ଟାୱାର ୨ ଦିନ ମଧ୍ୟରେ ଲାଗିବ ବୋଲି ଟେଲିକମ ବିଭାଗ ଲକ୍ଷ୍ୟ ରଖିଛି ।
ପ୍ରତ୍ୟେକ ବର୍ଷ ବାଲିଯାତ୍ରାରେ ଲକ୍ଷାଧିକ ଲୋକଙ୍କ ସମାଗମ ହେବା ଯୋଗୁଁ ବ୍ୟାହାତ ହୁଏ ଟେଲିକମ ସେବା । ଯାହାଫଳରେ ଯାତ୍ରା ପଡିଆରେ ଫୋନ ଲାଗେନି । ଲୋକେ ଅନେକ ସମସ୍ୟାର ସମ୍ମୁଖୀନ ହୁଅନ୍ତି । ସେଥିପାଇଁ ଚଳିତବର୍ଷ ପଡିଆରେ ୫ଜି ସେବାର ବ୍ୟବସ୍ଥା କରାଯାଇଛି । ଫୋନରେ ସ୍ପଷ୍ଟ ଭାବେ କଥା ହେବା ସହ ୫ଜି ଇଂଟରନେଟ୍ ସେବା ପାଇବେ ଟେଲିକମ ଗ୍ରାହକ ।