ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପୁଣି ଆଉ ୩ କରୋନା ରୋଗୀ ଓଡିଶାରୁ ଚିହ୍ନଟ ହୋଇଥିବା ଜାଣିବାକୁ ମିଳିଛି । ଆକ୍ରନ୍ତଙ୍କ ସଂଖ୍ୟା ନଅକୁ ବୃଦ୍ଧି । ଏହା ରାଜ୍ୟର ନଅ କରୋନା ପଜିଟିଭ୍ କେସ୍ । ଏହି ରୋଗୀଙ୍କ ଘର ଭୁବନେଶ୍ୱରର ବମିଖାଲ ଅଞ୍ଚଳର । ଏହାସହିତ ୯ ଜଣ ରୋଗୀଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାଣିବାକୁ ମିଳିଛି । ମାତ୍ର ଏହି ତିନି ଜଣଙ୍କ ଭ୍ରମଣ ଇତିହାସ ମାନେ ସେ କୁଆଡେ କୁଆଡେ ଯାଇଛନ୍ତି । ସେନେଇ କୌଣସି ସ୍ପଷ୍ଟ ହୋଇ ନାହିଁ ।
New COVID confirmed cases:
Three persons of Bomikhal, Bhubaneswar test positive for COVID-19. Total number of positive cases in the State goes upto 9 now. (Cured 2, active 7)— H & FW Dept Odisha (@HFWOdisha) April 3, 2020
ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ବଢିବାକୁ ଲାଗିଛି । ଗତ ଏପ୍ରିଲ ୧ ତାରିଖରେ ପଞ୍ଚମ କରୋନା ରୋଗୀ ଚିହ୍ନଟ ହୋଇଥିଲେ । ଦୁଇ ଦିନ ମଧ୍ୟରେ ପୁଣି ଆଜି ୪ ଜଣ କରୋନ ରୋଗୀ ଚିହ୍ନଟ ହୋଇଛନ୍ତି । ଯାହା ରାଜ୍ୟ ସରକାରଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।