ନୂଆପଡା (ଏଟିଆର ବ୍ୟୁରୋ); ସ୍ଥାନୀୟ ପାଗାରାପାନି ପୋଲ ନିକଟରୁ ଉଦ୍ଧାର ହେଲା ୩ ଯୁବକଙ୍କ ମୃତ ଦେହ । ପୋଲିସ ମୃତ ଦେହ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ ପଠାଇ ଦେଇଛି । ମୃତକ ୩ ଜଣଙ୍କ ମଧ୍ୟରୁ ଦୁଇ ଜଣ ଖଲିଆପାନି ଗାଁର ହୋଇଥିବା ବେଳେ ଜଣେ ଛତିଶଗଡ ଖୈରଟ ଗାଁର ବୋଲି ଜଣା ପଡିଛି । ତେବେ ପୋଲିସ କହିବା ଅନୁଯାୟୀ ବାଇକ ଯାଉଥିବା ବେଳେ ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡି ମୃତ୍ୟୁ ହୋଇଛି ।
ମିଳିଥିବା ସୂଚନା ଅନୁଯାୟୀ ୪ ଜଣ ଯୁବକ ସାଙ୍ଗ ହୋଇ ଗୋଟିଏ ବାଇକରେ ନୂଆପଡା ଧନୁଯାତ୍ରା ଦେଖି ଫେରୁଥିଲେ । ନଆପଡାରୁ ଖଲିଆପାନି ଫେରୁଥିବା ବେଳେ ପାଗାରାପାନି ନିକଟରେ ନିର୍ମାଣ ହେଉଥିବା ପୋଲ ତଳକୁ କସି ପଡିଥିଲେ । ଫଳରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣକୁ ଉଦ୍ଧାର କରି ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପୋଲିସ ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ଏହି ମୃତ୍ୟୁ ଖବର ପାଇବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।