ପାରାଦୀପ ( ଏଟିଆର ବ୍ୟୁରୋ): ପାରଦୀପ ଅଞ୍ଚଳର ମତ୍ସ୍ୟଜୀବି ମାନେ ଗଭୀର ସମୁଦ୍ରକୁ ଯାଇଥିବା ବେଳେ ୩ ଟି ବିରଳ ପ୍ରଜାତିର ମାଛ ଧରିଛନ୍ତି । ଯାହାକୁ ସେମାନେ ପାଣିକୁଆ ମାଛ କହୁଛନ୍ତି । ସେଥିମଧ୍ୟରୁ ଗୋଟିଏ ମାଛର ଓଜନ ଦେଢ କ୍ୱିଣ୍ଟାଲ ରହିଥିବା ବେଳେ ଆଉ ଦୁଇଟି ମାଛର ଓଜନ ଗୋଟା ୬୦ କିଲୋଗ୍ରାମ ଲେଖାଏଁ ରହିଛି । ଗତକାଲି ରାତିରେ ସବୁଦ୍ରରୁ ମାଛ ଧରିବା ବେଳେ ଏହି ମାଛ ଜାଲରେ ପଡିଥିଲେ । ଆଜି ମତ୍ସ୍ୟଜୀବିମାନେ ମାଛ ଗୁଡିକୁ ଆଣି ପାରାଦୀପ ମାଛ ବେସରେ ରଖିଛନ୍ତି ।
ତେବେ ଏହି ମାଛ ଗୁଡିକ ମୂଲ୍ୟବାନ ମାଛ ବୋଲି ଲୋକେ କୁହାକୁହି ହେଉଛନ୍ତି । ଏହି ମାଛ ଗୁଡିକୁ ଖୁବ ଶୀଘ୍ର ଅନ୍ୟ ରାଜ୍ୟକୁ ରପ୍ତାନୀ କରାଯିବ ବୋଲି ମାଛ ଧରାଳିମାନେ କହିଛନ୍ତି । ଦକ୍ଷିଣ ଭାରତ ଓ କେରଳରେ ଏହି ମାଛର ମୂଲ୍ୟ ସର୍ବାଧିକ ରହିଥାଏ । ସେଠାରେ ଏହା ଅମୂଲମୂଲ । ଏହି ମାଛ ମଧ୍ୟ ଅନେକ ଗୁଡିଏ ପୁରୁଣା ରୋଗ ଭଲ କରିାବାରେ ସହାୟକ ହୁଏ ବୋଲି ମଧ୍ୟ ଆଲୋଚନା ହେଉଛି ।