ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଭାରତରେ ପହଞ୍ଚିଲା ଆଉ ୩ ଟି ଲଢୁଆ ରାଫେଲ । ଏହି ରାଫେଲ ଟି ଗତକାଲି ବିଳମ୍ବିତ ରାତିରେ ଫ୍ରାନ୍ସରୁ ଉଡାଣ ଭରି ଭାରତରେ ପହଞ୍ଚିଛି ଏହି ରାଫେଲ । ପ୍ରାୟ ୭୦୦୦ କିଲୋମିଟର ଯାତ୍ରା କରି ଭାରତରେ ଅବତରଣ କରିଛି ଏହି ବିମାନ । ଏବଂ ଯାତ୍ରା ସମୟରେ ଆକାଶରେ ଇନ୍ଧନ ଭରିବା ସହ ଗୁଜୁରାଟ ଜାମନଗରରେ ଏହି ୩ ଟି ବିମାନ ଅବତରଣ କରିଛି ।
ୟୁଏଇ ଏୟାର ଫୋର୍ସକୁ ଏଥିପାଇଁ ଧନ୍ୟବାଦ ଜଣାଇଛି ଭାରତୀୟ ଏୟାରଫୋର୍ସ । ଗତକାଲି ସକାଳେ ଫ୍ରାନ୍ସ ଏୟାରବେସରୁ ବାହାରିଥିଲା ୩ ଟି ରାଫେଲ । ଭାରତକୁ ମୋଟ ୩୬ ଟି ରାଫେଲ ଦେବ ଫ୍ରାନ୍ସ ସରକାର ।୨୦୧୬ ଫ୍ରାନ୍ସ ସହିତ ରାଫେଲ ବିମାନ ନେଇ ୫୯ହଜାର କୋଟିର ଚୁକ୍ତି ହୋଇଛି ।
ଜୁଲାଇ ୧୮ ତାରିଖରେ ଭାରତକୁ ପ୍ରଥମେ ୫ ଟି ରାଫେଲ ମିଳିଥିଲା । ଏହାପରେ ନଭେମ୍ବରରେ ଦ୍ୱିତୀୟ ପର୍ଯ୍ୟାୟରେ ଭାରତକୁ ରାଫେଲ ମିଳିଥିଲା । ଓ ଏହାପରେ ମାର୍ଚ୍ଚ ଓ ଏପ୍ରିଲ ରେ ଆହୁରି ରାଫଲ ଭାରତକୁ ଯୋଗାଇବ ଫ୍ରାନ୍ସ । ୨୦୨୧ ସୁଦ୍ଧା ଭାରତ ବରାଦ ଦେିଥିବା ୩୬ ଟି ରାଫେଲ ଭାରତ ପାଖରେ ପହଞ୍ଚିବ ବୋଲି ସମ୍ବାବନା ରହିଛି ।
ଏହି ରାଫେଲରେ ୩ ପ୍ରକାରର ମିଶାଇଲ ଖଞ୍ଜାଯିବ । ଯାହା ପ୍ରଥମେ ଆକାଶରୁ ଆକାଶକୁ , ଦ୍ୱିତୀୟରେ ଆକାଶରୁ ଭୁପୃଷ୍ଠକୁ ଓ ତୃତୀୟରେ ହାମର ମିଶାଇଲ ରହିଛି ।