କଟକ ( ଏଟିଆର ବ୍ୟୁରୋ): ସିଲିଭର ସିଟିକୁ ଏବେ ଭୟ । ୨୪ ଘଣ୍ଟା ବିତିନି ୩ଟି ମର୍ଡର । ଯାହା ଏବେ ସାରା କଟକ ସିଟିକୁ ଭୟବିତ କରି ଦେଇଛି । ଏକ ପ୍ରକାର କଟକରେ ସୁରକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡିଛି । କଟକରେ ୨୪ ଘଣ୍ଟା ମଧ୍ୟରେ ୩ଜଣଙ୍କୁ ହତ୍ୟା କରାଯାଇଛି । ଗତ କାଲି ରାଣୀହାଟ ପଟ ତାଳଦଣ୍ଡା କେନାଲ ରାସ୍ତାକଡ଼ରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ସେହିପରି ଆଜି ରାଣୀହାଟ ପଟ ମେଡିକାଲ ରାସ୍ତାରୁ ପୁଣି ଜଣେ ବ୍ୟକ୍ତି ଗୁରୁତର ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ଆଜି ଓଏମପି ବ୍ରିଜ ତଳୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମୃତ ଦେହ ଉଦ୍ଧାର କରାଯାଇଛି । ଯାହାକୁ ନେଇ ଏବେ ପୁରା ସହର ଆତଙ୍କିତ ହୋଇ ପଡିଛି ।
ସୁହରରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଏବେ ସାଧାରଣ ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଛି । ଅନ୍ୟପଟେ ଆଜି ପୁଣି ଜଣେ ଦିନ ମଜୁରିଆଙ୍କ ଗଳା କାଟି ଓଏମପି ଓଭର ବ୍ରିଜ ପାଖରେ ଫୋପାଡି ଦେଇଥିବା ଦେଖିବାକୁ ମିଳିଛି । ଆଜିର ଘଟଣାକୁ ମିଶେଇଲେ ୨୪ ଘଣ୍ଟା ମଧ୍ୟରେ ତିନି ତିନୋଟି ଘଟଣା ସାମ୍ନାକୁ ଆସିଛି । ସବୁଠାରୁ ବଡ କଥା ହେଉଛି ମର୍ଡର ହୋଇଥିବା ତିନି ଜଣଙ୍କୁ ସମାନ ଢଙ୍ଗରେ ହତ୍ୟା କରାଯାଇଛି । ଯାହାକୁ ନେଇ ଏବେ ଘଟଣା ଏକ ରହସ୍ୟ ମୋଡକୁ ଯାଇଛି । ପୁରା ଘଟଣା ଏକ ପ୍ରାୟୋଜିତ ଘଟଣା ପରି ଲାଗୁଛି ।
ମର୍ଡରର ତରିକା ଏକା ରହିଥିବାରୁ ଏହି ୩ ଟି ହତ୍ୟାରେ ଜଣଙ୍କର ସଂମ୍ପୃକ୍ତି ରହିଥିବା ଅନୁମାନ କରାଯାଉଛି । ତେବେ ମେଡିକାଲ ପାଖେରୁ ମିଳିଥିବା ମୃତ ବ୍ୟକ୍ତି ଜଣେ ଜରି ଗୋଟାଳି ବୋଲି ପ୍ରାଥମିକ ତଦନ୍ତରୁ ଜଣା ପଡିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆଜିର ଏହି ବିଭତ୍ସ ହତ୍ୟାକାଣ୍ଡ ପରେ ପୁରା ସହରର ସୁରକ୍ଷା ବ୍ୟବସ୍ଥା ଉପରେ ସାଧାରଣ ଲୋକେ ପ୍ରଶ୍ନ ଉଠାଇଛନ୍ତି । ତେବେ ଗୋଟେ ଦିନ ଭିତରେ ହୋଇଥିବା ଏହି ୩ ହତ୍ୟାକାଣ୍ଡର ଅଭିଯୁ୍କ୍ତକୁ ତୁରନ୍ତ ଗିରଫ କରିବା ପାଇଁ ସାଧାରଣ ଲୋକେ ଦାବି କରୁଛନ୍ତି ।
ସୂୁଚନାଯୋଗ୍ୟ ଗତ ୧୦ତାରିଖରେ କଟକ ଜୋବ୍ରା ମାଛ ମାର୍କେଟରେ ଛୁରାମାଡରେ ତପନ ନାୟକଙ୍କ ମୃତ୍ୟୁ ହୋଇଥିଲା । କଟକ ତପନ ନାୟକ ହତ୍ୟାକାଣ୍ଡରେ ପୋଲିସକୁ ମିଳିଛି ବଡ ସଫଳତା । ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁ୍କ୍ତ ତପନ ନାୟକକୁ ଗତକାଲି ଗିରଫ କରିଛି ପୋଲିସ । ଅଭିଯୁ୍କ୍ତକୁ ଆନ୍ଧ୍ରପ୍ରଦେଶରୁ ଗିରଫ କରିଥିଲା ପୋଲିସ । ମାଲ ଗୋଦାମ ପୋଲିସ ଆନ୍ଧ୍ରପ୍ରଦଶରୁ ଅଭଯୁକ୍ତକୁ ଗିରଫ କରିଥିଲା ।