ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଆଜିଠୁ ଆରମ୍ଭ ବିଧାନସଭା ବଜେଟ୍ ଅଧିବେଶନ । ବଜେଟ୍ ଅଧିବେଶନ ପାଇଁ ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବମ୍ ସ୍କ୍ୱାଡ, ଡଗ୍ ସ୍କ୍ୱାଡ ସାଙ୍ଗକୁ ଷ୍ଟ୍ରାଇକିଂ ଫୋର୍ସ ମୁତୟନ ।
ଏହାସହିତ ୩୦ ପ୍ଲାଟୁନ ପୋଲିସ ଫୋର୍ସ ସମେତ ୧୦ ଜଣ ଅତିରିକ୍ତ ଡିସିପି, ୧୧ ଜଣ ଏସପି, ୧୩ ଜଣ ଆଇଆଇସି, ୮୫ ଜଣ ଅଫିସର ଏବଂ ୨୦୦ କନଷ୍ଟେବଳ ମୁତୟନ ହୋଇଛନ୍ତି । ସବୁ ଦିଗ ଉପରେ କଡା ନଜର ରଖା ଯାଇଛି ।