ଭୁବନେଶ୍ୱର(ଏଟିଆର ବ୍ୟୁରୋ): ତାତିରୁ ମିଳିବ ସାମାନ୍ୟ ଆସ୍ତସ୍ଥି । ଆସନ୍ତା ୨୮ ଓ ୨୯ ତାରିଖରେ ପୂର୍ବ ଓ ଉତ୍ତର ଓଡିଶାରେ କିଛି ସ୍ଥାନରେ ଘଡଘଡି ସହ ବର୍ଷା ଓ ବଜ୍ରପାତ ହୋଇପାରେ । ପାଣିପାଗ ବିଭାଗ ଅନୁଯାୟୀ ମୟୁରଭଞ୍ଜ,ବାଲେଶ୍ୱର,ଭଦ୍ରକ,ଯାଜପୁର ଓ କେନ୍ଦ୍ରାପଡାରେ ଝଡବର୍ଷା ହୋଇପାରେ ।
ବର୍ଷା ଓ ବଜ୍ରପାତ ନେଇ ୬ ଟି ଜିଲ୍ଲାକୁ ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସ୍ଥାମାନଙ୍କରେ ୩୦ ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗ ଏହି ଜିଲ୍ଲାମାନଙ୍କ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଥିବାବେଳେ ସ୍ୱତନ୍ତ୍ର ରିଲିଫ କମିଶନର ଏନେଇ ୬ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ଓ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଚିଠି ମୁତାବକ ୨୯ ତାରିଖ ସକାଳ ୮ଟା ୩୦ରୁ ୩୦ ତାରିଖ ସକାଳ ୮ଟା ୩୦ ମଧ୍ୟରେ ବର୍ଷା ହେବାର ଆଶଙ୍କା ରହିଛି ।