କୋଣାର୍କ(ଏଟିଆର ବ୍ୟୁରୋ): ଆଉ କିଛିଟା ଦିନ ଗଲେ ନୂଆବର୍ଷ । ଲୋକମାନେ ନିଜ ପରିବାର ଲୋକଙ୍କ ସାଙ୍ଗରେ ବିଭିନ୍ନ ସ୍ଥାନ ଯିବା ସହ ପିକନିକ କରୁଥିବାର ଦେଖିବାକୁ ମିଳୁଛି । ରାଜ୍ୟର ସମସ୍ତ ପର୍ଯ୍ୟଟନ ସ୍ଥଳିରେ ପର୍ଯ୍ୟଟକଙ୍କର ଭିଡ ଦେଖିବାକୁ ମିଳୁଛି । କିନ୍ତୁ ଆଜି କୋଣାର୍କ ମନ୍ଦିର ଭଳି ପର୍ଯ୍ୟଟନ ସ୍ଥଳିରେ ପର୍ଯ୍ୟଟକଙ୍କୁ ନିରାଶ ହୋଇ ଫେରି ଯାଉଥିବାର ଦେଖିବାକୁ ମିଳୁଛି । ପର୍ଯ୍ୟଟକମାନେ କୋଣାର୍କର ଅବ୍ୟବସ୍ଥାରେ ନିରାଶ ହୋଇ ଫେରୁଥିବା ସୂଚନା ମିଳିଛି ।
ମିଳିଥିବା ସୂଚନା ମୁତାବକ, ଆଜି ସକାଳୁ ସକାଳୁ ପାଖାପାଖି ୧୦ ହଜାର ପର୍ଯର୍୍ୟଟକ କୋଣାର୍କ ମନ୍ଦିର ପରିଦର୍ଶନ କରିବା ପାଇଁ ଆସିଥିଲେ । ଏଥିପାଇଁ କୋଣାର୍କରେ ଆଜି ନାହିଁନଥିବା ଭିଡ ଦେଖିବାକୁ ମିଳିଥିଲା । ପର୍ଯ୍ୟଟକମାନେ କୋଣାର୍କ ମନ୍ଦିର ମଧ୍ୟକୁ ପ୍ରବେଶ କରିବା ନିମନ୍ତେ ଟିକେଟ କାଉଣ୍ଟର ଆଗରେ ଲମ୍ବା ଲାଇନରେ ଠିଆ ହୋଇଥିଲେ । ହେଲେ କୋଣାର୍କ ଭିତରକୁ ଗୋଟିଏ ଥରରେ ଦୁଇ ଶହ ଲୋକ ପ୍ରବେଶ କରିବାର ନିୟମ ଥିବାରୁ ଅଧିକ ସଂଖ୍ୟକ ପର୍ଯ୍ୟଟକଙ୍କୁ ଛଡା ଯାଇନଥିଲା । ପର୍ଯ୍ୟଟକଙ୍କ ପାଇଁ ରହିଥିବା ନୟମ ଅନେକଙ୍କୁ ନିରାଶ କରିଛି । ଅନ୍ୟପଟେ ଏହି ସମୟରେ ପର୍ଯ୍ୟଟକ ଓ ପୋଲିସ ମୁହାଁମୁହିଁ ହେଉଥିବାର ଦେଖିବାକୁ ମିଳିଥିଲା ।