ବାରିପଦା (ଏଟିଆର ବ୍ୟୁରୋ): ଆଜିଠୁ ଶିମିଳିପାଳ ଅଭୟାରଣ୍ୟରେ ଆରମ୍ଭ ହୋଇଛି ବ୍ୟାଘ୍ର ଗଣନା । ମୟୁରଭଞ୍ଜ ଜିଲ୍ଲାର ଶିମିଳିପାଳ ଉତ୍ତର, ଶିମିଳିପାଳ ଦକ୍ଷୀଣ, ବାଙ୍ଗରିପୋଷୀ, କରଞ୍ଜିଆ, ଦେଉଳି, ରାଇରଙ୍ଗପୁର, ଉଦଳା, କପ୍ତିପଦା, ରାସଗୋବିନ୍ଦପୁର ରେଞ୍ଜ ଅଧିନ ଜଙ୍ଗଲରେ ଚାଲିଛି ଗଣନା ।
ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ ୫୦୦ ଟି ସିସିଟିଭି କ୍ୟାମେରା ଲଗାଯାଇଛି । ସ୍ୱତନ୍ତ୍ର ଆପ୍ ଜରିଆରେ ଚାଲିଛି ବ୍ୟାଘ୍ର ଗଣନା । ଆଜି ସାଉଥ ଜୋନରେ ଚାଲିଛି ଗଣନା । ସେହିପରି ଆସନ୍ତାକାଲି ନର୍ଥ ଜୋନରେ ଆରମ୍ଭ ହେବ ଗଣନା । ଏହି ବ୍ୟାଘ୍ର ଗଣନା ପ୍ରକ୍ରିୟା ଆସନ୍ତା ୭ ଦିନ ଯାଏଁ ଚାଲିବ । ଏଥିପାଇଁ ଏସଟିଆର, ଡିଏଫଓ ସମେତ ବନ ଅଧିକାରୀ ଓ କର୍ମଚାରୀ ନିୟୋଜିତ ଅଛନ୍ତି ।