ଭୁବନେଶ୍ୱର(ଏଟିଆର ବ୍ୟୁରୋ): ୨୦୨୨ ରେ ଏକା ସଙ୍ଗେ ହେବ ବାଘ ଓ ହାତୀ ଗଣନା । କେନ୍ଦ୍ର ସରକାର ଏହି ନୂଆ ପ୍ରସ୍ତାବ ଦେଇଛନ୍ତି । କିନ୍ତୁ ଏହା କେଉଁ ପଦ୍ଧତିରେ ହେବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ କରାଯାଇ ନାହିଁ । ପୂର୍ବରୁ ବାଘ ଓ ହାତୀଙ୍କ ଗଣନା ଅଲଗା ଅଲଗା ହେଉଥିବାବେଳେ ୨୦୧୭ ଗଣନା ଅନୁସାରେ ମୋଟ ୧୯୭୬ ଟି ହାତୀ ଥିଲେ ।
ତେବେ ଏହି ହାତୀଙ୍କ ମୃତ୍ୟୁ ତିନୋଟି କାରଣ ପାଇଁ ହେଉଥିବାର ଜଣାପଡିଛି । ପ୍ରଥମତଃ ହେଲା ସ୍ୱାଭାବିକ ମୃତ୍ୟୁ, ରୋଜ ମୃତ୍ୟୁ ଓ ଅନ୍ୟଟି ହେଲା ଫେବ୍ରୃ୍ରଆରୀରେ କଳାହାଣ୍ଡି କଲରାପାଟରେ ଅଜଣା ରୋଗରେ ସଂକ୍ରମିତ ହୋଇ ହାତୀଙ୍କ ମୃତ୍ୟୁ ହୋଇଥିଲା । ତୃତୀୟରେ ବର୍ଷକୁ ୧୫ ରୁ ୨୦ ହାତୀଙ୍କ ମୃତ୍ୟୁ ସ୍ୱାଭାବିକ ଭାବରେ ହୋଇଥାଏ । ଯେପରିକୀ ଟ୍ରେନ୍ ଧକ୍କା, ବିଦ୍ୟୁତ ଆଘାତ ଓ ଶିକାର କାରଣରୁୁ ମଧ୍ୟ ହାତୀଙ୍କ ମୃତ୍ୟୁ ହୋଇଥାଏ ।