କଟକ(ଏଟିଆର ବ୍ୟୁରୋ): ଦୁର୍ଗା ପୂଜା କିପରି ଭଲ ଭାବରେ ଶାନ୍ତି ଶୃଙ୍ଖଳାରେ ପାଳନ କରାଯିବ ସେଥି ପାଇଁ କମିସନରେ ପୋଲିସ ପକ୍ଷରୁ ଆଜି କଟକ ଇନଡୋର ଷ୍ଟାଡିୟମରେ ବୈଠକ ବସିଥିଲା । ସାରା ରାଜ୍ୟରୁ କଟକ ଦୁର୍ଗା ପୂଜା ଦେଖିବା ପାଇଁ ଲୋକ ମାନଙ୍କ ଭିଡ ଲାଗିଥାଏ । ପୋଲିସ କମିସନରେଟଙ୍କ ସୂଚନା ଅନୁସାରେ କଟକ ଦୁର୍ଗା ପୂଜା ପାଇଁ କମିସନରେଟ ପୋଲିସ ପକ୍ଷରୁ ୫୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ ।
ଏହା ସହ ସୁନା ଓ ରୂପା ମେଢ ହୋଇଥିବା ମଣ୍ଡପ ମାନଙ୍କରେ ସିସିଟିଭି ଲଗାିବା ସହ ସଶସ୍ତ୍ର ପୋଲିସ ବାହିନୀ ମୁତୟନ କରାଯିବ । ୩୦୦ ଜଣ ପୋଲିସ ଅଧିକାରି ଏହାର ଦ୍ୱାୟିତ୍ୱରେ ରହିବା ସହ ୩୦ଟି ଏଡ୍ ପୋଷ୍ଟ ରହିବ । ତେବେ ପୂଜା ସରିବା ପରେ ଭସାଣି ସମୟରେ କଟକରେ ବହୁ ବାର ଗୋଷ୍ଠି ସଂର୍ଘଷ ଦେଖିବାକୁ ମିଳିଛି । ଏହାକୁ ନଜରରେ ରଖି ଭସାଣି ସମୟରେ ୫୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ । ଏହି ବୈଠକରେ ଟ୍ରାଫିକ ସମସ୍ୟା ଉପରେ ମଧ୍ୟ ଆଲୋଚନା କରାଯାଇଛି । ଏହି ବୈଠକରେ କମିସନରେଟ ସୁଧାଂସୁ ଷଡଙ୍ଗୀ, ଡିସିପି ଅଖିଳେଶ୍ୱର ସିଂହ ଓ ବହୁ ବରିଷ୍ଠ ଅଧିକାରି ଯୋଗ ଦେଇଥିଲେ ।