ଅନୁଗୁଳ (ଏଟିଆର ବ୍ୟୁରୋ): ଦିନକୁ ଦିନ ବାଘୁଣୀ ସୁନ୍ଦରୀରର ଆତଙ୍କ ବଢିବାରେ ଲାଗିଛି । ଆଜି ସକାଳୁ ସୁନ୍ଦରୀ ପୁଣି ଆଉ ଜଣେ ସାମ୍ବାଦିକଙ୍କୁ ଆକ୍ରମଣ କରିଥିବାର ଜଣା ପଡିଛି । ଫଳରେ ସମ୍ବାଦିକ ଜଣକ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।
ଖବରମୁତାବକ, ସାତକୋଶିଆ ଅଭ୍ୟାରଣ୍ୟରେ ଛଡା ହୋଇଥିବା ବାଘୁଣୀ ସୁନ୍ଦରୀ ଆଜି ଟାଇଁଶି ଗାଁରେ ମଣିଷ ମାରି ଖାଇଥିବା ଖବର ପ୍ରକାଶ ହେବା ପରେ ଏକ ଗଣମାଧ୍ୟମ ସଂସ୍ଥାର ରିପୋର୍ଟର ଘଟଣାସ୍ଥଳକୁ ତଥ୍ୟ ସଂଗ୍ରହ କରିବାକୁ ଯାଇଥିଲେ । ସେଠାରେ ସେ ସମସ୍ତ ଗ୍ରାମବାସୀ, ବନବିଭାଗ କର୍ମଚାରୀ, ପୋଲିସ ଫୋର୍ସଙ୍କ ଉପସ୍ଥିତିରେ ରହି ତଥ୍ୟ ସଂଗ୍ରହ କଲା ବେଳେ ସୁନ୍ଦରୀ ସାମ୍ବାଦିକଙ୍କ ଉପରେ ଲମ୍ପ ମରିଥିଲା । ଫଳରେ ସେ ରକ୍ତାକ୍ତ ହୋଇପଡିଲେ, ସେଠାରେ ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲକୁ ନିଆଯାଇଥିଲା । ସେ ଏବେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।