ଅନୁଗୋଳ (ଏଟିଆର ବ୍ୟୁରୋ); ସାତକୋଶିଆରେ ଥିବା ସୁନ୍ଦରୀ ବାଘୁଣୀ ଜନ୍ମ ଦେଇଛି ଶାବକ । ପୁରୁଣା ବର୍ଷରେ ସୁନ୍ଦରୀର ସାଥୀ ମହାବଳ ମରିବା ପରେ ବାଘ ପ୍ରେମୀଙ୍କ ମନ ଦୁଃଖ ହୋଇଥିଲା । ତେବେ ସୋମବାର ମହାବଳ ଔରଷରୁ ସୁନ୍ଦରୀ ଶାବକ ଜନ୍ମ ନେବା ପରେ ବେଶ ଖୁସି ଅଛନ୍ତି ଜନ ସାଧାରଣ । ମହାବଳର ଶେଷ ସନ୍ତକ ମିଳି ଯାଇଛି ବୋଲି ଚର୍ଚ୍ଚା ହେଉଛି । ତେବେ ସୁନ୍ଦରୀ କୋତୋଟି ଛୁଆ ଜନ୍ମ ଦେଇଛି ଏବଂ ଏଗୁଡିକ ମାଇ କି ଅଣ୍ଡିରା ତାହା ସ୍ପଷ୍ଠ ହୋଇନାହିଁ । ଗୁମ୍ପା ବାହାରୁ ଛୁଆକୁ ଲାଳନ ପାଳନ କରୁଥିବା ବନ ବିଭାଗ କର୍ମଚାରୀ ଦେଖିବା ପରେ ସୂଚନା ଦେଇଛି ।
ବାଘୁଣୀମାନେ ଛୁଆ ଜନ୍ମ କରିବା ପରେ ଅଧିକ ହିଂସ୍ର ହୋଇ ପଡିଥାନ୍ତି । ଏହି ଭୟରେ କେହି ବାଘୁଣୀ ପାଖକୁ ଯାଉ ନାହାଁନ୍ତି । ସେପଟେ କଥାରେ ଅଛି ଗୋଟିଏ ବାଘୁଣୀ ୨ରୁ ୭ଟି ଛୁଆ ଜନ୍ମ ଦେବାର ସକ୍ଷମ ରହିଥାଏ । ଏଣୁ ସୁନ୍ଦରୀ କେତୋଟି ଜନ୍ମ ଦେଇଛି ତାହା ସ୍ପଷ୍ଟ ହୋଇ ନାହିଁ । କିନ୍ତୁ ସେଠାରେ ଲାଗିଥିବା ସିସିଟିଭି ଯାଞ୍ଚ ଚାଲିଛି ।